ପାତ୍ରପଡ଼ା ହିଟ୍‌ ଆଣ୍ଡ ରନ୍‌ ମାମଲା: ଦିଲ୍ଲୀରୁ ଧରାପଡ଼ିଲେ ଆଉ ୨, ଥାର୍‌ ଗାଡ଼ି ମାଲିକଙ୍କ ପତ୍ତା ମିଳୁନି

ବହୁ ଚର୍ଚ୍ଚିତ ୧୬ନମ୍ବର ଜାତୀୟ ରାଜପଥ ପାତ୍ରପଡ଼ା ହିଟ୍‌ ଆଣ୍ଡ ରନ୍‌ ମାମଲାରେ ଖଣ୍ଡଗିରି ଥାନା ପୁଲିସ ଆଉ ଦୁଇଜଣଙ୍କୁ ଗିରଫ କରିଛି। ଘଟଣା ସମୟରେ ସ୍କର୍ପିଓ ଚଳାଉଥିବା ଜଗତସିଂହପୁର ତିର୍ତ୍ତୋଲର ସୋହମରାଜ ତ୍ରିପାଠୀ ଓରଫ ଲିପୁନ(୨୭) ଓ ପଟିଆର....

dgdgdvccv

ଖଣ୍ଡଗିରି: ବହୁ ଚର୍ଚ୍ଚିତ ୧୬ନମ୍ବର ଜାତୀୟ ରାଜପଥ ପାତ୍ରପଡ଼ା ହିଟ୍‌ ଆଣ୍ଡ ରନ୍‌ ମାମଲାରେ ଖଣ୍ଡଗିରି ଥାନା ପୁଲିସ ଆଉ ଦୁଇଜଣଙ୍କୁ ଗିରଫ କରିଛି। ଘଟଣା ସମୟରେ ସ୍କର୍ପିଓ ଚଳାଉଥିବା ଜଗତସିଂହପୁର ତିର୍ତ୍ତୋଲର ସୋହମରାଜ ତ୍ରିପାଠୀ ଓରଫ ଲିପୁନ(୨୭) ଓ ପଟିଆର ରୋହନ ରଞ୍ଜନ ରାଉତ ଓରଫ ସାନୁ(୨୫)ଙ୍କୁ ଦିଲ୍ଲୀରୁ ଗିରଫ କରିବା ପରେ ଆଜି କୋର୍ଟ ଚାଲାଣ କରାଯାଇଛି। ପୂର୍ବରୁ ସ୍କର୍ପିଓରେ ଥିବା ଅଙ୍କିତ ସ ଓ କୃଷ୍ଣଚନ୍ଦ୍ର ପ୍ରଧାନକୁ ଗିରଫ କରାଯାଇଥିଲା। ତେଣୁ ଏହି ମାମଲାରେ ସ୍କର୍ପିଓରେ ଥିବା ୪ଜଣଙ୍କୁ ଗିରଫ କରାଯାଇଛି। ମାତ୍ର ସ୍କର୍ପିଓ ସହ ରେସିଂ କରୁଥିବା ଥାର୍‌ ଗାଡ଼ିର ମାଲିକ ଏବେ ବି ଫେରାର ରହିଛି। ଥାର୍‌ ଗାଡ଼ି ମାଲିକ ସୋମନାଥ ବେହେରା ପୁଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ବାହାରେ ବୁଲୁଛନ୍ତି। ବଡ଼ କଥା ହେଉଛି, ଜାତୀୟ ରାଜପଥରେ ଦାମୀ ଗାଡ଼ି ଧରି ମସ୍ତି କରୁକରୁ ଏହି ଦୁର୍ଘଟଣା ଘଟିଥିଲା ଏବଂ ମାଆ-ଝିଅଙ୍କ ମୃତ୍ୟୁ ହୋଇଥିଲା ବୋଲି ସ୍ପଷ୍ଟ ହୋଇଛି।  

ଥାର୍‌ ଗାଡ଼ି ମାଲିକଙ୍କ ପତ୍ତା ମିଳୁନି
ହାଇୱେରେ ମସ୍ତି କରୁକରୁ ମାଆ-ଝିଅଙ୍କୁ ମାରିଦେଲେ

ଦିଲ୍ଲୀରୁ ଗିରଫ ହୋଇଥିବା ଲିପୁନ୍‌ ଏକ ଘରୋଇ ବ୍ୟାଙ୍କ୍‌ରେ ପ୍ରବନ୍ଧକ ଭାବେ କାମ କରନ୍ତି। ଘଟଣାଦିନ(ଅଗଷ୍ଟ ୯ତାରିଖ) ସନ୍ଧ୍ୟାରେ ଲିପୁନ୍‌, ସାନୁ, ଅଙ୍କିତ ଓ କୃଷ୍ଣ ସ୍କର୍ପିଓରେ ଏବଂ ସୋମନାଥ ଥାର୍‌ରେ ପଟିଆରୁ ବାହାରି ବୁଲିବାକୁ ଜଟଣୀ ଯାଉଥିଲେ। ରାଜପଥ ଉପରେ ମସ୍ତି କରିବା ପାଇଁ ସେମାନେ ରେସିଂ ପ୍ରତିଯୋଗିତା କରୁଥିଲେ। ତେଣୁ ଦୁଇଟିଯାକ ଗାଡ଼ିର ବେଗ ବେଶ୍ ଅଧିକ ଥିଲା। ଫଳରେ ପାତ୍ରପଡ଼ା ଛକରେ ସେମାନେ ରାସ୍ତା ପାର୍‌ ହେଉଥିବା ରେବତୀ ରାଉଳ ଓ ତାଙ୍କ ୮ବର୍ଷର ଝିଅ ରେଶମାଙ୍କୁ ଧକ୍କା ଦେଇଥିଲେ। ଦୁର୍ଘଟଣା ପରେ ଉଭୟ ଗାଡ଼ି ଜଟଣୀ ଚାଲିଯାଇଥିଲେ। ସେହିଦିନ ରାତିରେ ହିଁ ଲିପୁନ ଓ ସାନୁ ‌ଟ୍ରେନ୍‌ ଯୋଗେ ପଶ୍ଚିମବଙ୍ଗ ଚାଲିଯାଇଥିଲେ। ପରେ ସେମାନେ ମନାଲି, ହରିୟାଣା ବୁଲିବୁଲି ଦିଲ୍ଲୀ ଚାଲିଯାଇଥିଲେ। ଖୁବ୍‌ ଶୀଘ୍ର ଥାର୍‌ ଗାଡ଼ି ମାଲିକ ସୋମନାଥ ଓ ତାଙ୍କ ସହଯୋଗୀ ଜାଲ‌ରେ ପଡ଼ିବେ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe