ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ଚନ୍ଦ୍ରଶେଖରପୁର : ସହିଦ ଭାରତୀୟ ଯବାନଙ୍କ ସ୍ମୃତିରେ ନୀଳାଦ୍ରିବିହାର ସେକ୍ଟର-୨ସ୍ଥିତ ମାରୁତି ମଣ୍ଡପଠାରେ ନୀଳାଦ୍ରିବିହାର ଯୁବ ସାଂସ୍କୃତିକ ସଂଘ ଓ ମହାବୀର କମିଟିର ମିଳିତ ସହଯୋଗରେ ଏକ ଶ୍ରଦ୍ଧାଞ୍ଚଳି ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗଦେଇ ଅଖଣ୍ଡ ଦୀପ ଜାଳିବା ସହ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆବାସିକ ସଂଘର ପୂର୍ବତନ ସଭାପତି ମନମୋହନ ପଟ୍ଟନାୟକ, ବରିଷ୍ଠ ନାଗରିକ ସଂଘର କାର୍ଯ୍ୟକାରୀ ସଭାପତି ଆନନ୍ଦ ଚନ୍ଦ୍ର ପଟ୍ଟନାୟକ, କନ୍‌ସସ୍‌ ଫୋରମ୍‌ର ସମ୍ପାଦକ ବଂଶୀଧର ସେଠୀ, ପୂର୍ବତନ କର୍ପୋରେଟର ଦେବୀ ପ୍ରସାଦ ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ। ପରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କଲୋନି ଭ୍ରମଣ କରିଥିଲା।

ସହିଦ ପରିବାରଙ୍କୁ ମାରୱାଡି ସୋସାଇଟିର ୨ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ବର : ପୁଲୱାମାରେ ସହିଦ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ବରର ମାରୱାଡି ସୋସାଇଟି ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ୟୁନିଟ ୬ ସ୍ଥିତ ମାରୱାଡି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥିଭାବେ ଭୁବନେଶ୍ବର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେଇଥିଲେ। ସହିଦ ଯବାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ସୋସାଇଟି ପକ୍ଷରୁ ଦୁଇ ଓଡ଼ିଆ ସହିଦ ପ୍ରସନ୍ନ କୁମାର ସାହୁ ଓ ମନୋଜ କୁମାର ବେହେରାଙ୍କ ପରିବାରକୁ ୨ ଲକ୍ଷ ‌ଟଙ୍କା ଲେଖାଏଁ ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଅନ୍ୟ ସହିଦମାନଙ୍କ ପରିବାରକୁ ସହାୟତା ପ୍ରଦାନ କରିବା ଲାଗି ମଧ୍ୟ ଅର୍ଥ ସଂଗ୍ରହ କରାଯାଉଛି ବୋଲି ସୋସାଇଟିର ସଭାପତି ସଂଜୟ ଲାଠ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର