ପାଇକରାପୁର ପଞ୍ଚାୟତ ହାଇସ୍କୁଲରେ ଫଳଚାରା ରୋପଣ

ଭୁବନେଶ୍ୱର: ଚନ୍ଦକା ଥାନା ପାଇକରାପୁରସ୍ଥିତ ପଞ୍ଚାୟତ ହାଇସ୍କୁଲ ପରିସରରେ ଗତ ସେପ୍ଟେମ୍ବର ୧୮ ତାରିଖରେ ଫଳଚାରା ରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଖୋର୍ଧା ଜିଲ୍ଲା ତ୍ରିସ୍ତରୀୟ ପଞ୍ଚାୟତ ସଂଗଠନର ଖୋର୍ଧା ଜିଲ୍ଲା ସଂଯୋଜିକା କୌଶଲ୍ୟା ବଳିୟାରସିଂହ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରେଣୁକା ଦେବୀ, ମେଣ୍ଢାଶାଳା ଗ୍ରାମପଞ୍ଚାୟତର ସମିତି ସଭ୍ୟା ସୁଶାନ୍ତି ସେଠୀ, ଅକ୍ଷୟ କୁମାର ପ୍ରଧାନ, ଶିକ୍ଷକ ମନୋରଞ୍ଜନ ମିଶ୍ର, ସୁବାସ ଚନ୍ଦ୍ର ସାହୁ, ନନ୍ଦକିଶୋର ରାଉତରାୟ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ସହ ମିଶି ବିଦ୍ୟାଳୟ ପରିସରରେ ଖାଲି ଥିବା ସ୍ଥାନରେ ଆମ୍ବ, ପିଜୁଳି, ବାଦାମ ଆଦି ଚାରା ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଘଙ୍ଗାପାଟଣା ଏବଂ ପାଇକରାପୁରର ବହୁ ଯୁବକ ଉପସ୍ଥିତ ଥିଲେ। ପ୍ରଭାତ କୁମାର ରାଉତରାୟ ଫଳଚାରା ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର