ବାଲିଅନ୍ତା : ପିସିଆର୍‌ ହାବିଲଦାର ପଜିଟିଭ୍‌

ବାଲିଅନ୍ତା : ବାଳକାଟି ଫାଣ୍ଡି ପିସିଆରର ପୁଣି ଜଣେ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଏହି ପିସିଆର ଭ୍ୟାନ୍‌ରେ ଡ୍ୟୁଟି କରୁଥିବା ୮ ଜଣ ପୁଲିସ କର୍ମଚାରୀ ସଂକ୍ରମିତ ହୋଇ ଗୃହ ସଂଗରୋଧରେ ଅଛନ୍ତି। ତେଣୁ ଆଜି ପଜିଟିଭ୍‌ ଚିହ୍ନଟ ହୋଇଥିବା ହାବିଲଦାରଙ୍କୁ ମିଶାଇ ମୋଟ ୯ ଜଣ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ଗତ ୧୩ ତାରିଖରେ ଉକ୍ତ ହାବିଲଦାର ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କର ସ୍ବାବ୍‌ ପରୀକ୍ଷା କରାଇଥିଲେ। ଆଜି ସକାଳେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ତେଣୁ ସଙ୍ଗେ ସଙ୍ଗେ ତାଙ୍କୁ ଗୃହ ସଙ୍ଗରୋଧକୁ ପଠାଯାଇଥିଲା ଓ ପିସିଆର୍‌ ସେବାକୁ ସ୍ବାଭାବିକ କରିବା ପାଇଁ ପୁଲିସ କଣ୍ଟ୍ରୋଲ ରୁମ୍‌ ପକ୍ଷରୁ ଅନ୍ୟ ଜଣେ ହାବିଲଦାରଙ୍କୁ ନିଯୁକ୍ତ କରାଯାଇଥିଲା। ସୂଚନାଯୋଗ୍ୟ, ଗତ ସପ୍ତାହରେ ଏହି ପିସିଆର ସେବାରେ ନିୟୋଜିତ ଥିବା ୪ ଜଣ ଗୃହରକ୍ଷୀ, ଜଣେ କନେଷ୍ଟବଳ ଓ ଦୁଇଜଣ ଓଏପିଏଫ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହେବା‌ ପରେ ପୃଥକବାସରେ ରହୁଛନ୍ତି।

ସମ୍ବନ୍ଧିତ ଖବର