ଭୁବନେଶ୍ବର : ଶିଶୁମାନେ ଭବିଷ୍ୟତରେ ବଡ଼ ହେବା ପାଇଁ ସ୍ବପ୍ନ ଦେଖିବା ଦରକାର। ଏହି ସ୍ବପ୍ନକୁ ସାକାର କରିବା ଲାଗି ସେମାନେ ନିରନ୍ତର ପ୍ରୟାସ ଜାରି ରଖନ୍ତୁ। ଏଥିପାଇଁ ପିତାମାତା, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକମାନେ ପ୍ରେରଣା ଯୋଗାଇଦିଅନ୍ତୁ ବୋଲି ପିକକ୍ ଶିଶୁ ମେଳାର ଉଦ୍ଘାଟନୀ ଉତ୍ସବରେ ଯୋଗଦେଇଥିବା ଅତିଥିମାନେ କହିଛନ୍ତି। ସପ୍ତାହବ୍ୟାପୀ ଚାଲିବାକୁ ଥିବା ୩୧ତମ ପିକକ୍ ଶିଶୁମେଳା ଶିଶୁ ଦିବସ ଅବସରରେ ଉଦ୍ଘାଟିତ ହୋଇଛି। କୋଭିଡ୍ କଟକଣା ଯୋଗୁଁ ଚଳିତବର୍ଷ ଡିଜିଟାଲ ମଞ୍ଚରେ ହେଉଥିବା ଏହି ମେଳାର ଉଦ୍ଘାଟନୀ ଉତ୍ସବରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ପିକକ୍ର ଗୁଡୱିଲ୍ ଆମ୍ବାସଡର ଭୂମିକା ଦାଶ, ଅଂଶିକା ରାଉତରାୟ, କ୍ରୀଡ଼ାବିତ୍ ଅନୁରାଧା ବିଶ୍ବାଳ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପିକକ୍ ଶିଶୁମେଳା କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ପିକକ୍ର ଅଧ୍ୟକ୍ଷା ମିନାକ୍ଷୀ ପଣ୍ଡା, ସମ୍ପାଦକ ରଂଜନ କୁମାର ମହାନ୍ତି, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ପିକକ୍ର ରତ୍ନା ଦାଶ, ଜ୍ୟୋତିଶଙ୍କର ମହାନ୍ତି, ପ୍ରଶାନ୍ତ କୁମାର ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସପ୍ତାହ ବ୍ୟାପୀ ବିଭିନ୍ନ ବର୍ଗରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭିନ୍ନ ପ୍ରତିଯୋଗିତା ହେବ।
ଆରମ୍ଭ ହେଲା ପିକକ୍ ଶିଶୁମେଳା
/sambad/media/post_attachments/wp-content/uploads/2020/11/pecuc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)