ଚନ୍ଦକା ଅଭୟାରଣ୍ୟରୁ ଉଡ଼ି ଆସିଲା ମୟୂର

ଚନ୍ଦ୍ରଶେଖରପୁର : ଆଜି ଅପରାହ୍‌ଣରେ ପଟିଆ ଆଦର୍ଶ ବିହାର ନିକଟସ୍ଥ ଲର୍ଡସ୍‌ ଭିଲା ମଧ୍ୟକୁ ଚନ୍ଦକା ଅଭୟାରଣ୍ୟରୁ ଏକ ମୟୂର ଉଡ଼ି ଆସିଥିଲା। କିନ୍ତୁ ଏହି ମୟୂରଟିକୁ କିଛି ବୁଲା କୁକୁର ଆକ୍ରମଣ କରିଥିଲେ। ଏଥିରେ ଆହତ ହୋଇ ମୟୂରଟି ନିକଟସ୍ଥ ଜଣେ ବ୍ୟକ୍ତିଙ୍କ ଘର ଭିତରେ ପଶି ଯାଇଥିଲା। ଏ ସଂପର୍କରେ ବନ ବିଭାଗ କର୍ମଚାରୀଙ୍କୁ ଖବର ଦିଆଯାଇଥିଲା। ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୟୂରଟିକୁ ଉଦ୍ଧାର କରି ଅଭୟାରଣ୍ୟରେ ଛାଡ଼ି ଦେଇଥିଲେ। ଜଙ୍ଗଲ କ୍ଷୟ ହେଉଥିବାରୁ ଅନେକ ବନ୍ୟପ୍ରାଣୀ ଜନବସତିମୁହାଁ ହେଉଥିବା ପରିବେଶବିତ୍‌ମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର