ଭୁବନେଶ୍ବର: ବିଶିଷ୍ଟ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତିଙ୍କ ୧୯ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପିକକ୍ ଶିଶୁମେଳାର ଚତୁର୍ଥ ସଂଧ୍ୟାକୁ ‘ଅକ୍ଷୟ ସଂଗୀତ ସଂଧ୍ୟା’ ଭାବେ ପାଳନ କରାଯାଇଛି। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରେକ୍ଷାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିଶୁ କଣ୍ଠଶିଳ୍ପୀମାନେ ଅକ୍ଷୟ ମହାନ୍ତିଙ୍କ କାଳଜୟୀ ଗୀତ ‘ମାୟାବିନି ବନ’, ‘ଯୋଛନା..’, ‘ଦନେଇ ଦାସ’, ‘ଶିକାରୀ ଶିକାରୀ’, ‘ପୁଣ୍ୟର ନଦୀ ତୀରେ’, ‘ଚନ୍ଦ୍ରମାଳୀ ହସେ’, ‘ଲାଲ ଟୁକ ଟୁକ୍’, ‘ଫୁର କିନା ଉଡି ଗଲା ବଣି’, ‘ଏ ଫଗୁଣ ତୁମେ’ ଗାଇ ଶ୍ରୋତାମାନଙ୍କୁ ବାନ୍ଧି ରଖିଥିଲେ। ଏହି ଅବସରରେ କଣ୍ଠଶିଳ୍ପୀ ଆକାଂକ୍ଷା ସାହୁଙ୍କୁ ‘ପିଲାଙ୍କ ଅକ୍ଷୟ ସମ୍ମାନ-୨୦୨୧’ରେ ସମ୍ମାନିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର, ବନ୍ଦିତା ଦାସ ଅତିଥି ଭାବେ ଯୋଗଦେଇଥିଲେ। କଣ୍ଠଶିଳ୍ପୀ ସ୍ମରଣିକା ନାୟକ, ଆକାଂକ୍ଷା ସାହୁ, ଅଭିଜିତ୍ ପାଢ଼ୀ, ଦର୍ଶନ କର, ରୁଦ୍ର ମାଧବ ମଣ୍ଡଳ, ତନୁଶ୍ରୀ ଜେନା, ଆହାନା ସ୍ବାଇଁ, ଦିଷ୍ଣା ଦିବ୍ୟଦର୍ଶୀ ସାହୁ ଓ ସ୍ନେହାଶିଷ ଦାସ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ। ପିକକ୍ର ଅଧ୍ୟକ୍ଷା ମିନାକ୍ଷୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ରଞ୍ଜନ ମହାନ୍ତି ପିଲାଙ୍କ ଅକ୍ଷୟ ସମ୍ମାନ ଘୋଷଣା କରିଥିଲେ। ପିକକ୍ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ଅନୁରାଧା ମହାନ୍ତିଙ୍କ ସମେତ ରତ୍ନା ଦାଶ, ଜ୍ୟୋତିଶଙ୍କର ମହାନ୍ତି, କାର୍ତ୍ତିକ ଚନ୍ଦ୍ର ଦାସ, ଅଳ୍ପନା ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଆକାଂକ୍ଷା ସାହୁ ପାଇଲେ ‘ପିଲାଙ୍କ ଅକ୍ଷୟ ସମ୍ମାନ-୨୦୨୧’
୩୨ତମ ପିକକ୍ ଶିଶୁମେଳାର ୪ର୍ଥ ସଂଧ୍ୟା
/sambad/media/post_attachments/wp-content/uploads/2021/11/akankhya.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)