ଭୁବନେଶ୍ୱର: ରାସ୍ତା ନିର୍ମାଣକୁ ନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ନୀତି ଆଣିବାକୁ ଯୋଜନା କରୁଛନ୍ତି। ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ ଅଧିନରେ ରହିଥିବା ରାସ୍ତାଗୁଡ଼ିକର ନିର୍ମାଣକୁ ନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ନୀତି ଆଣିବେ ।
ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ଏହି ନୀତିରେ ନିୟମାବଳୀ ରହିବ । ଏନେଇ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବହୁ ସମୟରେ ରାସ୍ତାରେ କେବୁଲ ବିଛାଇବା, ଡ୍ରେନ ତଥା ସ୍ୱେରେଜ୍ ନିର୍ମାଣ ପାଇଁ ବିଭିନ୍ନ ସଂସ୍ଥା ସରକାରଙ୍କ ବିନାନୁମତିରେ ରାସ୍ତା ଖୋଳିଥାନ୍ତି। ଏହି ଘଟଣାର ନିରାକରଣ ପାଇଁ ସେଭଳି ସଂସ୍ଥା ବିରୋଧରେ ଜରିମାନା ଲାଗୁ ନେଇ ନୀତିରେ ଉଲ୍ଲେଖ ରହିବ ବୋଲି କୁହାଯାଇଛି ।
ଏଥିସହିତ ବିଭିନ୍ନ ଇଞ୍ଜିନିୟରିଂ ବିଭାଗରେ ଖାଲି ଥିବା ପଦ ପୂରଣ ଓ ରାସ୍ତା ନିର୍ମାଣ ବେଳେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଅଧିକ ପଢ଼ନ୍ତୁ: ସପ୍ତାହେ ମଧ୍ୟରେ ମନୋଜ ମିଶ୍ର କ୍ଷମା ମାଗନ୍ତୁ, ନହେଲେ କୋର୍ଟକୁ ଯିବୁ: ବିଜେଡି ବିଧାୟକ ଗୌତମବୁଦ୍ଧ
ବୈଠକରେ କୁହାଯାଇଛି, ଜାତୀୟ ରାଜପଥ, ରାଜ୍ୟ ରାଜପଥକୁ ସହିତ ପୂର୍ତ୍ତ, ଗ୍ରାମ୍ୟ ବିକାଶ, ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ବିଭିନ୍ନ ମହାନଗର ନିଗମ ଅଧିନରେ ଅନେକଗୁଡ଼ିକ ରାସ୍ତା ରହିଛି । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ କାରଣରୁ ଅନେକ ସମୟରେ ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟରେ ସମସ୍ୟା ଦେଖାଦେଇଥାଏ । ତେଣୁ ଏହାର ନବୀକରଣ କରାଯିବା ସହିତ ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ଏକ ରାସ୍ତା ନିର୍ମାଣ ନେଇ ସ୍ୱତନ୍ତ୍ର ନୀତି ପ୍ରଣୟନ କରାଯିବ ।
ଆଗାମୀ ଦିନରେ ହେବାକୁ ଥିବା ଟ୍ରାଫିକ୍ ସମସ୍ୟାର ସମାଧାନ ନେଇ ରୋଡମ୍ୟାପ, ଆବଶ୍ୟକତାକୁ ଦୃଷ୍ଟିରେ ରଖି ନୂଆ ରାସ୍ତା ନିର୍ମାଣ, ପୁରୁଣା ରାସ୍ତାର ମରାମତି, ସେତୁ ନିର୍ମାଣ, ଘରୋଇ ଜମି ଅଧିଗ୍ରହଣ ଓ ଜଙ୍ଗଲ ଜମି ଅଧିଗ୍ରହଣ ଉପରେ ଦୃଷ୍ଟି ଦେଇ ନୀତି ପ୍ରଣୟନ କରାଯିବ ।
ଅଧିକ ପଢ଼ନ୍ତୁ: ହାସ୍ୟ ଅଭିନେତା ଜୟୀ ଜୀବନବ୍ୟାପୀ ସାଧନା ପାଇଁ ପୁରସ୍କୃତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2024/11/17/o4G5OrvOBxpDQDiPvaqP.jpeg)