ପେନସନ୍ ଉପଭୋକ୍ତାଙ୍କୁ ଅଧିକ ମାସକର ପେନସନ୍

ଭୁବନେଶ୍ବର : ବିଏମ୍‌ସି ଅଧୀନସ୍ଥ ସମସ୍ତ ପେନସନ୍ ଉପଭୋକ୍ତାଙ୍କୁ ଅତିରିକ୍ତ ୧ମାସର ପେନସନ୍ ପ୍ରଦାନ କରାଯାଉଛି। ମେ ୧୭ତାରିଖ ସୁଦ୍ଧା ସମସ୍ତ ପେନସନ୍ ଉପଭୋକ୍ତାଙ୍କୁ ଏହି ପେନସନ୍ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଉପଭୋକ୍ତାଙ୍କୁ ପ୍ରତ୍ୟେକ ମାସର ୫ ଓ ୧୮ତାରିଖରେ ପେନସନ୍ ଦିଆଯାଉଥିବାବେଳେ ଏଥର ଚଳିତମାସର ପେନସନ୍ ସହ ଅତିରିକ୍ତ ଏକ ମାସର ପେନସନ୍ ଦିଆଯାଉଛି। ବିଏମ୍‌ସି ଅଧୀନରେ ୨୨ହଜାର ହିତାଧିକାରୀ ପେନସନ୍ ପାଉଥିବାବେଳେ ସମସ୍ତେ ଯେପରି ପେନସନ୍ ପାଇବେ ସେଥିପାଇଁ ବିଏମ୍‌ସି ପକ୍ଷରୁ ପଦକ୍ଷେପ ନିଆଯାଉଛି।

ସମ୍ବନ୍ଧିତ ଖବର