ରାଜପଥ -୧୬ ମୃତ୍ୟୁକୁ ଭୟ ନାହିଁ

ଭୁବନେଶ୍ୱର: ରାଜଧାନୀ ଦେଇ ଯାଇଥିବା ଜାତୀୟ ରାଜପଥ -୧୬ ଏବେ ମରଣଯନ୍ତା ପାଲଟିଛି। ପ୍ରତ୍ୟେକ ଦିନ ଏଠାରେ ଦୁର୍ଘଟଣା ଘଟୁଛି। ଏପରିକି ୨୦୧୭ରେ ଭୁବନେଶ୍ୱରରେ ହୋଇଥିବା ସଡ଼କ ଦୁର୍ଘଟଣାରେ ୧୮୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତମାଣ୍ଡୋରୁ ପାହାଳ ମଧ୍ୟରେ ଥିବା ଜାତୀୟ ରାଜପଥ ଉପରେ ୮୨ଜଣଙ୍କର ମୃତ୍ୟୁ ହୋଇଛି। ୨୦୧୬ରେ ଭୁବନେଶ୍ୱରରେ ସଡ଼କ ଦୁର୍ଘଟଣାରେ ୧୮୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜାତୀୟ ରାଜପଥ ଉପରେ ୯୪ଜଣଙ୍କର ମୁଣ୍ଡ ଗଡ଼ିଛି। ଏଥିରୁ ଅଧିକାଂଶ ବାଇକ୍‌ ଚାଳକ। ଏସବୁ ସତ୍ତ୍ୱେ ବି କେତେକ ବାଇକ୍‌ ଚାଳକଙ୍କର ମୃତ୍ୟୁକୁ ଭୟ ନଥିବା ଭଳି ଜାତୀୟ ରାଜପଥ ଉପରେ ଯାତାୟାତ କରୁଛନ୍ତି। କିଛି ମିଟର ଅଧିକ ଗାଡ଼ି ଚଳାଇବାକୁ ପଡ଼ିବ ବୋଲି ହଠାତ୍‌ ରାସ୍ତା ମଝିରେ ଥିବା ଡିଭାଇଡର୍‌ ଡେଇଁ ପଳାଉଛନ୍ତି। ରାସ୍ତାରେ ବର୍ଷା ଜଳ ନିଷ୍କାସନ ପାଇଁ ଡିଭାଇଡର୍‌ରେ ପ୍ରାୟ ଏକ ଫୁଟର ଫାଙ୍କା ସ୍ଥାନ ରଖାଯାଇଥିବାବେଳେ ଅତି ବେପରୁଆ ଭାବେ ବାଇକ୍‌ ଚାଳକମାନେ ଏହି ବାଟରେ ରାସ୍ତା ଅତିକ୍ରମ କରୁଛନ୍ତି। ଯାହା ଦୁର୍ଘଟଣାର ଅନ୍ୟତମ କାରଣ ସାଜୁଛି। କିନ୍ତୁ ଲୋକ ସଚେତନ ହେଉନାହାନ୍ତି।

ସମ୍ବନ୍ଧିତ ଖବର