ଭୁବନେଶ୍ବର : ବିଚ୍ ରାସ୍ତାରେ ଜଣେ ଯୁବତୀଙ୍କୁ ଅସଦାଚରଣ କରି ନିର୍ଧୁମ୍ ଛେଚା ଖାଇଛି ଅଭିଯୁକ୍ତ। ଲୋକେ ଉକ୍ତ ଯୁବକକୁ ବହେ ଛେଚିବା ପରେ ପୁଲିସ ଜିମା ଦେଇଥିଲେ। ପୁଲିସ ଉକ୍ତ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲା ଆନ୍ଧ୍ରପ୍ରଦେଶ ଇଚ୍ଛାପୁରମ୍ର ଜି. ମହେଶ। ସୂଚନାନୁସାରେ ବରମୁଣ୍ଡା ଡେଲ୍ଟା ଅଞ୍ଚଳରେ ରହୁଥିବା ଯୁବତୀ ଜଣକ ଶିରିପୁର ଛକ ଦେଇ ଚାଲି ଚାଲି ଯାଉଥିବାବେଳେ ମହେଶ ପଛରୁ ଯାଇ ତାଙ୍କୁ ଜାବୁଡ଼ି ଧରିଥିଲା। ଅଚାନକ ଘଟିଯାଇଥିବା ଏହି କାଣ୍ଡରେ ଭୟଭୀତ ହୋଇ ଯୁବତୀ ଜଣକ ଚିତ୍କାର କରିଥିଲେ। ତେଣୁ ସେଠାରେ ଉପସ୍ଥିତ ଲୋକେ ତୁରନ୍ତ ମହେଶକୁ କାବୁ କରି ନେଇଥିଲେ ଓ ବିଧା ଗୋଇଠା ବର୍ଷାରେ ମହେଶ ତଳେ ପଡ଼ି ଯାଇଥିଲା। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ସେଠାରେ ପହଞ୍ଚି ତାକୁ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରିଥିଲା।
ଭୁବନେଶ୍ବର : ଯୁବତୀଙ୍କୁ ଅସଦାଚରଣ କରି ଛେଚା ଖାଇଲା
/sambad/media/post_attachments/wp-content/uploads/2020/07/clash-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)