ଭୁବନେଶ୍ୱର : ଶୁକ୍ରବାର ରାତି ପ୍ରାୟ ୯ଟା ବେଳେ ମାଷ୍ଟର କ୍ୟାଣ୍ଟିନ ଛକରେ ଜଣେ ବାଇକ୍ ଚୋର ଲୋକଙ୍କ ହାତରେ ଧରାପଡ଼ି ନିର୍ଧୁମ୍ ଛେଚା ଖାଇଛି। ଖାରବେଳନଗର ଅଞ୍ଚଳରୁ ବାଇକ୍ ଚୋରି କରି ଦ୍ରୁତ ଗତିରେ ପଳାଉଥିବା ବେଳେ ଦୁର୍ଘଟଣାର ଶିକାର ହେବାରୁ ଚୋରଟି ଧରା ପଡ଼ିଯାଇଥିଲା। ବାଇକ୍ ଧରି ପଳାଉଥିବା ବେଳେ ତାକୁ ୧୦/୧୫ଜଣ ଯୁବକ ବାଇକ୍ରେ ପିଛା କରିଥିଲେ। ଫଳରେ ଦ୍ରୁତବେଗରେ ଚମ୍ପଟ ମାରିବାକୁ ଯାଇ ସେ ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲା। ପିଛା କରୁଥିବା ଯୁବକମାନେ ତାକୁ ମାଡ଼ି ବସିବା ପରେ ପ୍ରବଳ ବିଧା ଗୋଇଠା ବର୍ଷା ହୋଇଥିଲା। କ୍ୟାପିଟାଲ ଥାନା ପୁଲିସ୍ ତାକୁ ଲୋକଙ୍କ କବଳରୁ ଉଦ୍ଧାର କରି ଥାନାକୁ ନେଇଥିଲା।
ଭୁବନେଶ୍ୱର : ବାଇକ୍ ଚୋରକୁ ଧରି ନିର୍ଧୁମ ଛେଚିଲେ
/sambad/media/post_attachments/wp-content/uploads/2020/07/clash-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)