ଖଣ୍ଡଗିରି : ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର କରିବା ମହଙ୍ଗା ପଡ଼ିଲା। ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର କରି ଛେଚା ଖାଇଛନ୍ତି ୪ ରୋଡ୍‌ ରୋମିଓ।

Advertisment

ଖବର ଅନୁଯାୟୀ ‘ସମ୍ବାଦ’ର ଖଣ୍ଡଗିରି ଜୋନ୍‌ ସାମ୍ବାଦିକା ହରପ୍ରିୟା ପୃଷ୍ଟି ଶନିବାର ଦିନ ଭରତପୁର ଥାନା ଅଞ୍ଚଳସ୍ଥ ସମ୍‌ ହସ୍ପିଟାଲ୍ ପାଖକୁ ଖବର ସଂଗ୍ରହ କରିବାକୁ ଯାଇଥିଲେ। ଅପରାହ୍‌ଣ ସାଢ଼େ ୩ଟା ବେଳେ ସେ ଘରକୁ ଫେରିବା ପାଇଁ ସମ୍ କୋଭିଡ୍ ହସ୍ପିଟାଲ୍ ପାଖରେ ଅପେକ୍ଷା କରିଥିବା ବେଳେ ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇଥିବା ୪ଜଣ ଯୁବକ ପ୍ରଥମେ ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିଲେ। ହରପ୍ରିୟା ଏହାକୁ ବିରୋଧ କରିବାରୁ ଯୁବକମାନେ ଅଶାଳୀନ ଶବ୍ଦ ପ୍ରୟୋଗ କରିବା ସହିତ ତାଙ୍କ ଫଟୋ ଉଠାଇବାକୁ ଉଦ୍ୟମ କରିଥିଲେ। ବାଧ୍ୟ ହୋଇ ହରପ୍ରିୟା ସମ୍ପୃକ୍ତ ଯୁବକଙ୍କୁ ଢେଲା ଧରି ମାରିବାକୁ ଗୋଡ଼ାଇଥିଲେ। ପରେ ସ୍ଥାନୀୟ ଲୋକେ ଯୁବକଙ୍କୁ କାବୁ କରି ନିର୍ଧୂମ୍ ଛେଚିଥିଲେ।

ଖବର ପାଇ ପିସିଆର୍ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ ଠାରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏନେଇ ହରପ୍ରିୟା ଭରତପୁର ଥାନାକୁ ଫୋନ୍ ଯୋଗେ ସୂଚନା ଦେଇଛନ୍ତି। ଅପରପକ୍ଷରେ ପୁଲିସ ଏକ ଷ୍ଟେସନ୍ ଡାଏରି କରି ଯୁବକଙ୍କ ବିଷୟରେ ସବିଶେଷ ବିବରଣୀ ସଂଗ୍ରହ କରିଛି।