ମୋବାଇଲ୍‌ରେ ଗପିବାକୁ ଓଭରବ୍ରିଜ୍ ଚାଲ

ଭୁବନେଶ୍ବର: ବାତ୍ୟା ଯୋଗୁଁ ରାଜଧାନୀରେ ମୋବାଇଲ ଓ ଇଣ୍ଟରନେଟ୍ ସେବା ବାଧାପ୍ରାପ୍ତ ହୋଇଛି। କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ମୋବାଇଲ ନେଟୱର୍କ ଆସୁଥିବା ବେଳେ ସେସବୁ ସ୍ଥାନରେ ଲୋକଙ୍କ ଭିଡ଼ ଜମୁଛି। ବିଶେଷକରି ରାଜଧାନୀର ଏକାଧିକ ଓଭରବ୍ରିଜ୍ ଉପରେ ଲୋକମାନେ ମନ ଖୋଲି ଗପିବା ସହ ଇଣ୍ଟରନେଟ୍‌ରେ ବ୍ରାଉଜିଂ କରୁଥିବା ଦେଖିବାକୁ ମିଳିଛି। ପବନ ସାଙ୍ଗକୁ ମୋବାଇଲ ନେଟୱର୍କ ଠିକ୍‌ରେ ଆସୁଥିବାରୁ ଲୋକ ଭିଡ଼ ଜମାଉଛନ୍ତି। ସତ୍ୟନଗର ଓଭରବ୍ରିଜ୍, ରସୁଲଗଡ଼ ଓଭ୍ରରବ୍ରିଜ୍, ବମିଖାଲ ଓଭରବ୍ରିଜ୍ ଉପରେ ସଂଧ୍ୟାରୁ ଭିଡ଼ ଲାଗି ରହୁଛି। ବହୁସଂଖ୍ୟାରେ ଲୋକ ଗୋଟିଏ ସ୍ଥାନରେ ଜମା ହୋଇଯିବା ଫଳରେ ଓଭରବ୍ରିଜ୍ ଉପରେ ଗାଡ଼ି ମଟର ଜାମ୍ ହୋଇଯାଉଛି। ତେବେ ମୋବାଇଲ ନେଟୱର୍କରେ ସୁଧାର ନ ଆସିବା ପର୍ଯ୍ୟନ୍ତ ଲୋକମାନେ ଏଭଳି ଭିଡ଼ ଜମାଇବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଯାଇଛି।

ସମ୍ବନ୍ଧିତ ଖବର