ଭୁବନେଶ୍ୱର: ପୂରିଯିବ କଣ୍ଟ। ଆଉ ମାତ୍ର ୬ ଦିନ ପରେ ନୂଆ ମୋଟର ଯାନ ଆଇନ ଲାଗୁ ହେବ। କିନ୍ତୁ ନୂଆ ଟ୍ରାଫିକ୍ କୋହଳ ଆଳରେ ଟ୍ରାଫିକ୍ ପୁଲିସ ନିୟମକୁ ଭୁଲିଗଲା। ନୂଆ ଟ୍ରାଫିକ ଆଇନ ପାଇଁ ମହଲତ ଦେବା ପୂର୍ବରୁ ଟ୍ରାଫିକ ପୁଲିସ କହିଥିଲା ପୂର୍ବଭଳି ରଙ୍ଗରୁଟ, ବିନା ହେଲ୍ମେଟ, ବାଇକ୍ରେ ୩ଜଣିଆ, ସିଟ୍ ବେଲ୍ଟ ଓ ମୋବାଇଲରେ କଥା ହୋଇ ଗାଡ଼ି ଚଳାଇବା ଭଳି ୫ଟି ନିୟମ କାର୍ଯ୍ୟକାରୀ କରାଯିବ। ଯିଏ ଏ ସବୁ ନିୟମକୁ ଅମାନ୍ୟ କରିବ, ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ। କିନ୍ତୁ ପ୍ରତ୍ୟେକ ଦିନ ଏହି ନିୟମକୁ ଫାଙ୍କି ଚାଲିଛନ୍ତି ଲୋକ। କିଏ ରଙ୍ଗରୁଟରେ ବାଇକ୍ ଓ କାର୍ ଭର୍ତି କରୁଛି ତ ଆଉ କେହି ବିନା ହେଲମେଟ୍ରେ, ଆଉ କେଉଁ ବାଇକ୍ରେ ୩ଜଣ ଯାଉଛନ୍ତି। ବିଭିନ୍ନ ଛକରେ ଟ୍ରାଫିକ ସମ୍ମୁଖରେ ଏମାନେ ଯାଉଥିଲେ ମଧ୍ୟ ପୁଲିସ ଦେଖି ଚୁପ୍ ରହୁଛି।
ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଟ୍ରାଫିକ୍ ପୁଲିସ ଚଳଚଞ୍ଚଳ ହୋଇଉଠିଥିଲା। କାର୍ ଓ ବାଇକ୍ ଚାଳକମାନେ ନିୟମକୁ ମାନି ଚାଲିଥିଲେ। ରାଜମହଲ ଛକରେ ଗଣ୍ଡଗୋଳ ପରେ ରାଜ୍ୟ ସରକାର ନିୟମକୁ ୩ ମାସ କୋହଳ କରି ଦେଇଥିଲେ। କିନ୍ତୁ ଏହି ସମୟରେ ଟ୍ରାଫିକ୍ ପୁଲିସ୍ ପକ୍ଷରୁ କୁହାଯାଇଥିଲା ଯେ ୫ଟି ନିୟମକୁ ଯେମିତି ପାଳନ କରାଯିବା କଥା ତାହା କରାଯିବ। ଆଇନ ଉଲ୍ଲଂଘନକାରୀଙ୍କଠାରୁ ୫ଶହ ଟଙ୍କା, ଆବଶ୍ୟକ ପଡ଼ିଲେ ୧ ହଜାର ଟଙ୍କା ଜରିମାନା ଆଦାୟ କରାଯିବ। କିନ୍ତୁ ଏହି ନିୟମକୁ ଏବେ କେହି ଖାତିର୍ କରୁନାହାନ୍ତି। ଯିଏ ଯୁଆଡ଼େ ପାରିଲା ଯାଉଛନ୍ତି, ହେଲ୍ମେଟ ନପିନ୍ଧି ବାଇକ୍ରେ ୩ଜଣ ଯାଉଛନ୍ତି। କାର୍ରେ ସିଟ ବେଲ୍ଟ ବାନ୍ଧୁ ନାହାନ୍ତି। ମୋବାଇଲରେ କଥା ହୋଇ ଗାଡ଼ି ଚଳାଇବା ଭଳି ଅନେକ ଉଲ୍ଲଂଘନକାରୀ ରାଜଧାନୀରେ ଘୂରି ବୁଲୁଛନ୍ତି। କିନ୍ତୁ ଟ୍ରାଫିକ ପୁଲିସ ସବୁ ଦେଖି କିଛି ନ ଦେଖିବା ଭଳି ଚୁପ୍ ହୋଇ ବସି ପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/traffic-fi.jpg)