ଲୋକ ପ୍ରତିନିଧିଙ୍କ ଧାରଣା ସ୍ଥଗିତ : ବାଲିପାଟଣାରେ ଅର୍ଥମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ବାଲିପାଟଣା : ବାଲିପାଟଣା ବ୍ଲକ ଆଗରେ ଗତ ୩୧ଦିନ ଧରି ଚାଲିଥିବା କିଛି ଲୋକ ପ୍ରତିନିଧିଙ୍କ ଧାରଣା ଦଶହରା ଛୁଟି ପାଇଁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ପୂଜାଛୁଟି ପରେ ୨୨ତାରିଖରୁ ପୁନର୍ବାର ଧାରଣା ଦିଆଯିବା ସହିତ ବହୁସ˚ଖ୍ୟାରେ ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେବେ ବୋଲି ସୂଚନା ଦେଇଛନ୍ତି। ଏଥିସହ ବାଲିପାଟଣା ଓ ବାଲିଅନ୍ତା ବ୍ଲକରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି। ବ୍ଲକସ୍ଥିତ ଧାରଣାସ୍ଥଳରୁ ଆଜି ଶତାଧିକ ମହିଳା ଓ ପୁରୁଷ ଏକ ଶୋଭାଯାତ୍ରାରେ ବାଲିପାଟଣା ଛକ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ଅର୍ଥମନ୍ତ୍ରୀ ତଥା ଜୟଦେବ ବିଧାୟକ ଶଶିଭୂଷଣ ବେହେରାଙ୍କ କୁଶପୁତ୍ତଳିକା ଦାହ କରିଥିଲେ। କିଛିଦିନ ତଳେ ବିଜେଡି ପଦଯାତ୍ରା ଦିନ ମଧୢ ଆନ୍ଦୋଳନକାରୀମାନେ ଶ୍ରୀ ବେହେରାଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଘଟଣାକୁ ନେଇ ବାଲିପାଟଣା ରାଜନୀତି ଏବେ ସରଗରମ ହୋଇଛି।

ସମ୍ବନ୍ଧିତ ଖବର