ବିଦ୍ୟୁତ୍‌ ସଂଯୋଗ ପାଇଁ ଗ୍ରାମବାସୀଙ୍କ ରାସ୍ତାରୋକ

ବାରଙ୍ଗ: ବାତ୍ୟାର ୧୦ ଦିନ ପରେ ବି ବିଦ୍ୟୁତ୍‌ ସଂଯୋଗ ହୋଇ ପାରିନି। ଫଳରେ ୪ଟି ଗ୍ରାମର ଲୋକ ହନ୍ତସନ୍ତ ହେଉଛନ୍ତି। ପାନୀୟ ଜଳ ଯୋଗାଣରେ ବି ସମସ୍ୟା ହେଉଛି। ଏହାର ପ୍ରତିବାଦ କରି ଭୁବନେଶ୍ବର ବ୍ଲକ୍ ଅଧୀନ ଇଂଜଣା, ସିଙ୍ଗଡ଼ା, ରୋକଟ ଓ କୃଷ୍ଣସରଣପୁର ଗ୍ରାମବାସୀ ବରିମୁଣ୍ଡ-ଜରିପାଟଣା ରାସ୍ତାର ଇଂଜଣାଠାରେ ରାସ୍ତାରୋକ କରିଥିଲେ। ବାତ୍ୟାରେ ଭାଙ୍ଗିପଡ଼ିଥିବା ବିଦ୍ୟୁତ୍‌ ଖୁଣ୍ଟ ଓ ଛିଣ୍ଡି ପଡ଼ିଥିବା ତାର ମରାମତି କରିବାରେ ବିଦ୍ୟୁତ୍‌ ବିଭାଗ ଅବହେଳା କରୁଛି ବୋଲି ସେମାନେ ଅଭିଯୋଗ କରିଥିଲେ। ଖବରପାଇ ମଞ୍ଚେଶ୍ବର ଥାନା ଅଧିକାରୀ ଯତୀନ୍ଦ୍ର ନାଥ ସେଠୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ସନ୍ଧ୍ୟା ସୁଦ୍ଧା ମରାମତି କାର୍ଯ୍ୟ ଆରମ୍ଭ କରିବାର ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ପ୍ରତ୍ୟାହୃତ ‌ହୋଇଥିଲା।

ସମ୍ବନ୍ଧିତ ଖବର