ଶବ ବ୍ୟବଚ୍ଛେଦରେ ବିଳମ୍ବ, ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତାରୋକ

ବାରଙ୍ଗ: ଚନ୍ଦକା ଥାନା ଅଧୀନ ଗୋଡ଼ିବାରି ଗ୍ରାମର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଆଦିବାସୀ ଯୁବକଙ୍କ ଶବ ବ୍ୟବଚ୍ଛେଦରେ ବିଳମ୍ବ ପ୍ରତିବାଦରେ ଗ୍ରାମବାସୀମାନେ ଆଜି ରାସ୍ତାରୋକ କରିଥିଲେ। ଚନ୍ଦକାରୁ ପିତାପଲ୍ଲୀ ମୁଖ୍ୟ ରାସ୍ତାର ଗୋଡ଼ିବାରୀଠାରେ ସ୍ଥାନୀୟ ଲୋକ ରାସ୍ତାରୋକ କରିଥିଲେ। ସେମାନଙ୍କର ଅଭିଯୋଗ ମୁତାବକ, ଗତକାଲି ରାତିରେ ତାଙ୍କ ଗ୍ରାମର ରମେଶ ଚିକୁ(୨୭) ଦଳୁଆ ଗ୍ରାମରେ ଏକ ଅଜଣା ଗାଡ଼ି ଧକ୍କାରେ ଗୁରୁତର ହୋଇଥିଲେ। ତାଙ୍କୁ ଚନ୍ଦକା ଥାନା ପୁଲିସ ଚିକିତ୍ସା ପାଇଁ ଡାକ୍ତରାଖାନାକୁ ପଠାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥି‌ଲେ। ପରେ ପୁଲିସ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍‌ପିଟାଲକୁ ପଠାଇଥିଲା। ଉଦ୍ଦେଶ୍ୟମୂଳକ ଭାବେ ଶବ ବ୍ୟବଚ୍ଛେଦରେ ବିଳମ୍ବ କରାଯାଇଥିବା ଅଭିଯୋଗ କରି ଲୋକମାନେ ଅପରାହ୍‌ଣରେ ରାସ୍ତାରୋକ କରିଥିଲେ। ଚନ୍ଦକା ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ବାଳ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟ‌ାହୃତ ହୋଇଥିଲା।

ସମ୍ବନ୍ଧିତ ଖବର