ଭୁବନେଶ୍ୱର: ବ୍ରାଉନ୍ସୁଗାର କାରବାର ନେଇ ଶୁକ୍ରବାର ବିଳମ୍ବିତ ରାତିରେ ସାଲିଆସାହି ନୀଳଚକ୍ରନଗର ନୟାଗଡ଼ ବସ୍ତିରେ ଉତ୍ତେଜନା ଦେଖାଦେଇଛି। ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ନିୟନ୍ତ୍ରିତ ହୋଇଥିଲା। ଦୀର୍ଘ ଦିନ ହେବ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଏକ କ୍ୟାବିନ୍ରେ ବ୍ରାଉନ୍ସୁଗାର କାରବାର କରୁଥିଲେ। ଏହାକୁ ନେଇ ବିଭିନ୍ନ ସମୟରେ ଉକ୍ତ ବ୍ୟକ୍ତି ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ନିଶା କାରବାରକୁ ସ୍ଥାନୀୟ ଲୋକମାନେ ବିରୋଧ କରିଥିଲେ ମଧ୍ୟ ଉକ୍ତ ବ୍ୟକ୍ତି ଜଣଙ୍କ ଖାତିର ନକରି ବେଧଡ଼କ ଭାବେ ବ୍ୟବସାୟ କରିଚାଲିଥିଲେ। ତେବେ ଶୁକ୍ରବାର ବିଳମ୍ବିତ ରାତିରେ ଉକ୍ତ ଦମ୍ପତି ଯୁବକମାନଙ୍କୁ ବ୍ରାଉନ୍ସୁଗାର ଦେଉଥିବା ବେଳେ ସ୍ଥାନୀୟ ଅଞ୍ଚଳର ମହିଳା ସଂଗଠନ ଏହାକୁ ଦେଖି ବିରୋଧ କରିବା ସହ ପାଟିତୁଣ୍ଡ କରିଥିଲେ। ଦମ୍ପତି ଓ ମହିଳା ସଂଗଠନ ମଧ୍ୟରେ କଥା କଟାକଟିରୁ ପରିସ୍ଥିତି ଜଟିଳ ହୋଇଥିଲା। ଉତ୍ତ୍ୟକ୍ତ ଲୋକମାନେ କ୍ୟାବିନ୍ ସମ୍ମୁଖରେ ଥିବା କେତେକ ଚେୟାର ଏବଂ ଅନ୍ୟ ଜିନିଷ ଭଙ୍ଗାରୁଜା କରିଥିଲେ। ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଉକ୍ତ ଦମ୍ପତି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ତେବେ ପୁଲିସ ଲୋକମାନଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ନୟନ୍ତ୍ରିତ ହୋଇଥିଲା।
ବ୍ରାଉନ୍ସୁଗାର କାରବାର ନେଇ ବସ୍ତିରେ ଉତ୍ତେଜନା
/sambad/media/post_attachments/wp-content/uploads/2018/08/nayapalii.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)