ଭୁବନେଶ୍ବର: ଶୁଖିଲା ଖାଦ୍ୟ ପୁଡ଼ିଆ ଧରି ଏକ ସ୍ବେଚ୍ଛାସେବୀ ସଂଗଠନର ରିଲିଫ୍ ଗାଡ଼ି ଲାଗିଥିଲା ବସ୍ତି ମୁଣ୍ଡରେ। ଗାଡ଼ି ନିକଟରେ ଜମିଗଲେ ବସ୍ତିବାସିନ୍ଦା। କେବଳ ରାସନ୍ କାର୍ଡଧାରୀଙ୍କୁ ନୁହେଁ, ସମସ୍ତଙ୍କୁ ରିଲିଫ୍ ପ୍ୟାକେଟ୍ ଦେବାକୁ ଦାବି କରି ଗାଡ଼ିକୁ ଘେରିଗଲେ। ସ୍ବେଚ୍ଛାସେବୀମାନେ ଯେତେ ବୁଝାଇଲେ ବି ସେମାନେ ସମସ୍ତଙ୍କୁ ପ୍ୟାକେଟ୍ ଦେବାକୁ ଜିଦ୍ କଲେ। ଫଳରେ କିଛି ସମୟ ପାଇଁ ରାସନ୍ କାର୍ଡଧାରୀ ଓ ରାସନ୍ କାର୍ଡ ନଥିବା ଲୋକଙ୍କ ଭିତରେ କଥା କଟାକଟି ହେଲା। ଏହା ଭିତରେ କିଛି ଲୋକ ଗାଡ଼ିରୁ ଜୋର୍ କରି ପ୍ୟାକେଟ୍ ଛଡ଼ାଇ ନେବାକୁ ଉଦ୍ୟମ କଲେ। ତେଣୁ ଗଣ୍ଡଗୋଳ ବଢ଼ିବା ଆଶଙ୍କା କରି ସ୍ବେଚ୍ଛାସେବୀମାନେ ସେଠାରୁ ଖସିବାକୁ ଉପାୟ ପାଞ୍ଚିଲେ। ସମସ୍ତଙ୍କୁ ଦିଆଯିବ କହି ଗାଡ଼ିକୁ ସାଇଡ୍ କରିବା ବାହାନାରେ ସେଠାରୁ ଖସିଲେ। ଲୋକେ ହୋ-ହଲ୍ଲା କରି ପଛରେ କିଛି ବାଟ ଗୋଡ଼ାଇଲେ, କିନ୍ତୁ ରିଲିଫ ଗାଡ଼ିଟି ୧୬ ନମ୍ବର ଜାତୀୟ ରାଜପଥକୁ ଉଠିବା ମାତ୍ରେ ଅନ୍ତର୍ଧ୍ୟାନ ହୋଇଯାଇଥିଲା। ରବିବାର ଏମିତି ଏକ ଘଟଣା ଡୁମୁଡୁମା ରଘୁନାଥନଗର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp