ଚନ୍ଦ୍ରଶେଖରପୁର: ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ପୂର୍ବତଟ ରେଳପଥ ପ୍ରେକ୍ଷାଳୟରେ ଚାଲିଥିବା ଜାତୀୟ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ସମାରୋହ କାର୍ଯ୍ୟକ୍ରମର ଆଜି ଥିଲା ଦ୍ବିତୀୟ ଦିବସ। ଚେନ୍ନାଇର ଓ.ଏସ୍‌ ଅରୁଣ ଓ ଟିମ୍‌ର କର୍ଣ୍ଣାଟକୀ ଶାସ୍ତ୍ରୀୟ ସଂଗୀତରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ ସଂଧ୍ୟା। ପରେପରେ କୋଲକାତାର ସନ୍ଦୀପ ମଲ୍ଲିକ ଓ ତାଙ୍କ ଟିମ୍ କଥକ ନୃତ୍ୟ ପରିବେଷଣ କରିଥିଲେ। ସେହିପରି କେରଳର ପଲ୍ଲବୀ କ୍ରିଷ୍ଣନ୍ ଓ ତାଙ୍କ ଟିମ୍‌ ମୋହିନୀଅଟ୍ଟମ୍‌ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

Advertisment

ଆଜି ଅତିଥି ଭାବେ ମ୍ୟୁଜିକ୍‌ ସର୍କଲର ସଂପାଦକ କ୍ଷୀରୋଦ ପଟ୍ଟନାୟକ, ଓଡ଼ିଶୀ ନୃତ୍ୟଶିଳ୍ପୀ ରତିକାନ୍ତ ମହାପାତ୍ର, ସଂଗୀତ ନାଟକ ଏକାଡେମିର ସଭାପତି ଅରୁଣା ମହାନ୍ତି, ଏକାଡେମିର ସଚିବ ପ୍ରବୋଧ ରଥ ପ୍ରମୁଖ ଯୋଗ ଦେଇଥିଲେ। ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର, ସଂସ୍କୃତି ମନ୍ତ୍ରଣାଳୟ, କୋଲକାତା ଓ ଓଡ଼ିଶା ସଂଗୀତ ନାଟକ ଏକାଡେମିର ମିଳିତ ଆନୁକୂଲ୍ୟରେ ଚାଲିଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ୧୮ ତାରିଖରେ ଉଦ୍‌ଯାପିତ ହେବ।