ଭୁବନେଶ୍ୱର: ସାଧାରଣ ଲୋକଙ୍କ ପସନ୍ଦର ହେବ ମୋ’ ବସ୍‌ଷ୍ଟାଣ୍ଡ। କିଭଳି ‘ମୋ ବସ୍‌ ଷ୍ଟାଣ୍ଡ’ର ରୂପ ହେବ ସେଭଳି ଡିଜ‌ାଇନ୍‌ କରି ଲୋକମାନେ ପଠାଇଥିଲେ। ଆସିଥିବା ଶହଶହ ଡିଜାଇନ୍‌ରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଡିଜାଇନ୍‌କୁ ଚୟନ କରିଛି କ୍ରୁଟ୍‌। ଖୁବ୍‌ଶୀଘ୍ର ଏହି ଢଙ୍ଗରେ ମୋ’ ବସ୍‌ଷ୍ଟାଣ୍ଡଗୁଡ଼ିକ ତିଆରି ହେବ ବୋଲି ଜଣାପଡ଼ିଛି।

Advertisment

ନିକଟ ଅତୀତରେ କ୍ରୁଟ୍‌ ପକ୍ଷରୁ ‘ମୋ ବସ୍‌’ ଓ ‘ମୋ ବସ୍‌ ପୋଲ୍‌’ ଏଭଳି ଡିଜାଇନ୍‌ ଆହ୍ବାନ କରାଯାଇଥିଲା। ୪ଶହରୁ ଊର୍ଦ୍ଧ୍ବ ଡିଜାଇନ୍‌ ଲୋକମାନେ ପଠାଇଥିଲେ। ଏଥିରୁ ଶ୍ରେଷ୍ଠ ଡିଜାଇନ୍‌ ଚୟନ କରି କ୍ରୁଟ୍‌ ସେମାନଙ୍କୁ ପୁରସ୍କୃତ କରିଛି। ପ୍ରଥମ ପୁରସ୍କାର ଦୁଇଜଣଙ୍କୁ ଦିଆଯାଇଛି। ସେମାନେ ହେଉଛନ୍ତି, କୀର୍ତ୍ତି ମହାପାତ୍ର ଓ ଆଲିସା ତ୍ରିପାଠୀ, ତିନିଜଣ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି। ସେମାନେ ହେଉଛନ୍ତି, ରିଚା ମାର୍କମ୍‌, ସୁଷମା ରାଣୀ ଓ କାଜଲ ରଣା। ସେହିଭଳି ଦୁଇଜଣ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେମାନେ ହେଉଛନ୍ତି, ରିତେଶ ମହାନ୍ତି ଓ ମୈତ୍ରେୟୀ ଜଗନ୍ନାଥ। ଏମାନଙ୍କୁ କ୍ରୁଟ୍‌ ପୁରସ୍କୃତ କରିଛି। ପ୍ରଥମ ପୁରସ୍କାର ଲାଭ କରିଥିବା କୀର୍ତ୍ତି ମହାପାତ୍ର ଓ ଆଲିସା ତ୍ରିପାଠୀଙ୍କ ଡିଜାଇନ୍‌ ଢଙ୍ଗରେ ପ୍ରତ୍ୟେକ ଷ୍ଟାଣ୍ଡକୁ ନିର୍ମାଣ କରିବାକୁ ଯୋଜନା ହୋଇଛି।

ଉଲ୍ଲେଖଯୋଗ୍ୟ, ମୋ’ ବସ୍‌ଷ୍ଟାଣ୍ଡକୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲା। ଷ୍ଟାଣ୍ଡ ଉପରେ ପାଣି ଜମୁଥିବା ବେଳେ ବର୍ଷା ହେଲେ ଛିଡ଼ା ହୋଇଥିବା ପ୍ରତ୍ୟେକ ଯାତ୍ରୀ ଓଦା ହେଉଥିଲା‌। ଯେଉଁଠି ବସ୍‌ଷ୍ଟାଣ୍ଡ ନଥିଲା ସେଠାରେ ବସ୍‌ କେଉଁଠି ରହିବ ଯାତ୍ରୀ ଜାଣି ପାରୁ ନଥିଲେ। ଏଣୁ ସେଠାରେ ଏକ ପୋଲ୍‌ ପୋତା ଯିବାକୁ ଯୋଜନା ହୋଇଥିଲା। ଏଣୁ ଯାତ୍ରୀଙ୍କ ସୁବିଧା ପାଇଁ ସାଧାରଣ ଲୋକଙ୍କଠାରୁ ଏହି ଡିଜାଇନ୍‌ ଆହ୍ବାନ କରାଯାଇଥିଲା। ଭୁବନେଶ୍ବର, ରାଉରକେଲା ସମେତ ଭବିଷ୍ୟତରେ ମୋ’ ବସ୍‌ ଚାଲିବାକୁ ଥିବା ବିଭିନ୍ନ ସହରରେ ଏଭଳି ଷ୍ଟାଣ୍ଡ୍‌ ନିର୍ମାଣ ହେବାକୁ ଯୋଜନା ହୋଇଛି।