ଧଉଳି: ଗତ ୭ ତାରିଖ ଦିନ ନୂଆଗାଁ ପେଟ୍ରୋଲ ଟାଙ୍କିରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣାର ଅନ୍ୟତମ ଅଭିଯୁକ୍ତକୁ ଗିରଫ କରା ନଯିବା ପ୍ରତିବାଦରେ ଆଜି ନୂଆଗାଁ ଗ୍ରାମବାସୀ ଧଉଳି ଥାନା ଘେରାଉ କରିଥିଲେ। ଶତାଧିକ ଗ୍ରାମବାସୀ ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଥାନା ସମ୍ମୁଖରେ ହୋହଲ୍ଲା, ପାଟିତୁଣ୍ଡ କରିବାରୁ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଘଟଣାରେ ପୁଲିସ ଗୋଟିଏ ଗୋଷ୍ଠୀର ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟ ଗୋଷ୍ଠୀର ଅଭିଯୁକ୍ତ ଯୁବକଙ୍କୁ କାହିଁକି ଗିରଫ କରାଯାଉନାହିଁ ବୋଲି ଉତ୍ତ୍ୟକ୍ତ ଲୋକେ ପୁଲିସକୁ ପ୍ରଶ୍ନ କରିଥିଲେ। ତେବେ ଥାନା ଅଧିକାରୀ ଜୟଦେବ ବିଶ୍ୱଜିତ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଅନ୍ୟତମ ଅଭିଯୁକ୍ତକୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। କର୍ପୋରେଟର୍ ବିରଞ୍ଚି ନାରାୟଣ ମହାସୁପକାର ସେଠାରେ ଉପସ୍ଥିତ ଥିଲେ। ଗ୍ରାମବାସୀମାନେ ଏ ସଂକ୍ରାନ୍ତୀୟ ଏକ ଦାବିପତ୍ର ଥାନା ଅଧିକାରୀଙ୍କୁ ପ୍ରଦାନ କରିଥିଲେ।
ଉଲ୍ଲେଖଯୋଗ୍ୟ, ତୈଳଦର ବୃଦ୍ଧି ପ୍ରତିବାଦରେ ଗତ ୭ ତାରିଖ ଦିନ ନୂଆଗାଁ ପେଟ୍ରୋଲ ଟାଙ୍କିରେ ବିଜେଡି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ସେଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ଘଟଣାରେ ପୁଲିସ ନୂଆଗାଁର ଚିନ୍ମୟ ବଡ଼ଜେନା ଓରଫ ଚିନୁକୁ ଗିରଫ କରିଥିଲା।
ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରିଲେ ନୂଆଗାଁ ଗ୍ରାମବାସୀ
/sambad/media/post_attachments/wp-content/uploads/2018/09/balianta-thana-gherau.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)