ଭୁବନେଶ୍ୱର: ସ୍ୱେଚ୍ଛାସେବୀ ଅନୁଷ୍ଠାନ ପିପୁଲ୍ସ ଫୋରମ୍ ଏବଂ ଅନ୍ନପୂର୍ଣ୍ଣା ଫାଇନାନ୍ସ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ଖଣ୍ଡଗିରିସ୍ଥିତ ବିଜୁ ପଟ୍ଟନାୟକ ଏନର୍ଜି ପାର୍କଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପିପୁଲ୍ସ ଫୋରମ୍ର ସଭ୍ୟ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଯୁବ ମହିଳା ଉଦ୍ୟୋଗୀ ଚାରୁଲ ପରମାର ଓ ତାରା ଦାସଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଅନ୍ନପୂର୍ଣ୍ଣା ଫାଇନାନ୍ସ ତରଫରୁ ଆଗାମୀ ଦିନରେ ମହିଳା ଉଦ୍ୟୋଗୀମାନଙ୍କୁ କମ୍ ସୁଧରେ ଋଣ ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ଅନ୍ନପୂର୍ଣ୍ଣାର ମୁଖ୍ୟ ପରିଚାଳନା ଅଧିକାରୀ ସଂଜୟ କୁମାର ପଟ୍ଟନାୟକ, ନିଶିଥ ରଂଜନ ନନ୍ଦ, ଅମୃତ କୁମାର ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ। ଏହି ପିପୁଲ୍ସ ଫୋରମ୍ ଓ ଅନ୍ନପୂର୍ଣ୍ଣା ଫାଇନାନ୍ସର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଅଂକିତା ନାୟକ, ଅନନ୍ୟା ପାନ, ସରୋଜ କୁମାର ରାଉତରା ଓ ଦୀପକ କୁମାର ରାଉତ ପରିଚାଳନା କରିଥିଲେ।
ପିପୁଲ୍ସ ଫୋରମ୍ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ
/sambad/media/post_attachments/wp-content/uploads/2018/03/Untitled-1-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)