ଟଙ୍କା ‌ନଦେଲେ ତେଲ ଦେଇହେବନି, ଦିନକୁ ପଡ଼ୁଛି ୩ଲକ୍ଷ ଟଙ୍କାର ତେଲ

ଭୁବନେଶ୍ବର: ଭୁବନେଶ୍ବରରେ ହେଉଥିବା ଅଧିକାଂଶ ପୁନରୁଦ୍ଧାର କାର୍ଯ୍ୟ ବିଏମ୍‌ସି ନେତୃତ୍ବରେ ହେଉଥିବା ବେଳେ ଏଥିପାଇଁ ବିଏମ୍‌ସିକୁ ଅର୍ଥ ଖର୍ଚ୍ଚ କରିବାକୁ କୁହାଯାଇଛି। ବିଭିନ୍ନ ସ୍ଥାନରୁ ଆବର୍ଜନା ଉଠାଇବା, ପାଣି ଟ୍ୟାଙ୍କର ପହଞ୍ଚାଇବାଠାରୁ ଆରମ୍ଭ କରି ସମସ୍ତ ଗାଡ଼ିର ତେଲ ଖର୍ଚ୍ଚ ବିଏମ୍‌ସିକୁ ବୁଝିବାକୁ ଦିଆଯାଇଛି। ଗୋଟିଏ ଆକାଉଣ୍ଟରୁ ଅର୍ଥ ଖର୍ଚ୍ଚ ହେଲେ ହିସାବ ରହିବ ବୋଲି ସରକାର ଏହି ବ୍ୟବସ୍ଥା କରିଛନ୍ତି। ହେଲେ ଯେଉଁ ପେଟ୍ରୋଲ ଟାଙ୍କିରେ ଗାଡ଼ିରେ ତେଲ ପଡ଼ୁଛି ସେଠାରେ ଏବେ ପ୍ରାୟ ୨୫ଲକ୍ଷ ଟଙ୍କା ବାକି ଗଡ଼ିଲାଣି। ଟାଙ୍କି ମାଲିକ ବିଏମ୍‌ସି ଅଧିକାରୀଙ୍କୁ କହିଛନ୍ତି ଯେ ଏତେ ବାକିରେ ତେଲ ଦେଇ ହେବନି। ତୁରନ୍ତ ଟଙ୍କା ଦିଅ। ଅପରପକ୍ଷେ ମିଳିଥିବା ସୂଚନା ଅନୁଯାୟୀ, ଏବେ ରାଜଧାନୀରେ ପ୍ରାୟ ୭୦୦ରୁ ଅଧିକ ଗାଡ଼ି ବିଭିନ୍ନ କାର୍ଯ୍ୟ ପାଇଁ ନିୟୋଜିତ ହୋଇଥିବା ବେଳେ ଦୈନିକ ପ୍ରାୟ ୩ଲକ୍ଷ ଟଙ୍କାର ତେଲ ପଡ଼ୁଛି। ଏହିପରି ମେ’ ୨ରୁ ୯ ତାରିଖ ମଧ୍ୟରେ ପ୍ରାୟ ୨୫ଲକ୍ଷ ଟଙ୍କାର ତେଲ ପଡ଼ି ସାରିଲାଣି। କିନ୍ତୁ ସରକାର ଟଙ୍କା ଦେଇନଥିବାରୁ ବିଏମ୍‌ସି ତେଲ ବାବଦକୁ ଟଙ୍କା ଦେଇପାରିନି।

ସମ୍ବନ୍ଧିତ ଖବର