ଭୁବନେଶ୍ବର: ଠିକା ସଂସ୍ଥା ଅଧୀନରେ ଟିପିସିଓଡିଏଲ୍‌ର କାମ କରୁଥିବା କର୍ମଚାରୀମାନେ ଆଜି ୪ଦଫା ଦାବିରେ ଟିପିସିଓଡିଏଲ୍‌ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସଂଘର ଅଭିଯୋଗ, ବର୍ଷବର୍ଷ ଧରି ସେମାନେ ଠିକାସଂସ୍ଥା ଅଧୀନରେ ଟିପିସିଓଡିଏଲ୍‌ର ବହୁ ଗୁରୁତ୍ବପୂର୍ଣ୍ଣ କାମ ସବୁ କରୁଛନ୍ତି। କିନ୍ତୁ ଠିକାସଂସ୍ଥା ସେମାନଙ୍କୁ ଠକି ଚାଲିଛି। ତେଣୁ ଏଥିରେ ଟିପିସିଓଡିଏଲ୍‌ ହସ୍ତକ୍ଷେପ ନ କଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ମହାସଂଘର ସାଧାରଣ ସମ୍ପାଦକ ସତ୍ୟବ୍ରତ ପରିଡ଼ା, ଶାନ୍ତନୁ ମହାପାତ୍ର, ଗିରୀଶ ଚନ୍ଦ୍ର ମହନ୍ତ ପ୍ରମୁଖ ଚେତାବନୀ ଦେଇଛନ୍ତି।