ବିବାହ, ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ‌ୱେବ୍‌ସାଇଟ୍‌ରେ ମିଳିବ ଅନୁମତି

ଭୁବନେଶ୍ବର : ଏବେ ଅନଲାଇନ୍‌ରେ ମିଳିବ ବିବାହ, ଅନ୍ତ୍ୟେଷ୍ଟିକ୍ରିୟାର ଅନୁମତି। ଏ ନେଇ କମିସନରେଟ ପୁଲିସର ୱେବ୍‌ସାଇଟ୍‌କୁ ଯାଇ ଆବେଦନ କରିହେବ। କମିସନରେଟ ପୁଲିସ ପକ୍ଷରୁ ଦିଆଯାଇଥିବା ‌‌ୱେବସାଇଟ୍‌ (www.bhubaneswarcuttackpolice.gov.in) ରେ ୭୨ଘଣ୍ଟା ପୂର୍ବରୁ ଆବେଦନକାରୀ ଆବେଦନ କରିପାରିବେ। ସେଥିରେ ଥିବା ଫର୍ମରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବେ। ଏହା ପରେ ମୋବାଇଲକୁ ଏସଏମଏସ୍‌ ଜରିଆରେ ଅନୁମତି ପ୍ରଦାନ କରାଯିବ ବୋଲି କମିସନରେଟ ପୁଲିସ ପକ୍ଷରୁ କୁହାଯାଇଛି। ସେହିପରି ଏ ସମ୍ପର୍କରେ ଯଦି କିଛି ପ୍ରଶ୍ନ କିମ୍ବା ସନ୍ଦେହ ରହିଥାଏ, ମୋବାଇଲ ନମ୍ବର (୮୧୪୪୨୦୭୧୦୦)ରେ ଯୋଗାଯୋଗ କରିପାରିବେ।

ସମ୍ବନ୍ଧିତ ଖବର