ଲିଟିଲ୍‌ ଷ୍ଟାର ଗ୍ରୁପ୍ ପକ୍ଷରୁ ବ୍ୟକ୍ତିତ୍ବ ବିକାଶ କର୍ମଶାଳା

ଚନ୍ଦ୍ରଶେଖରପୁର: ନିମାପଡ଼ାର ଅଗ୍ରଣୀ ଅନୁ‌ଷ୍ଠାନ ଲିଟିଲ୍ ଷ୍ଟାର୍ ଗ୍ରୁପ୍ ପକ୍ଷରୁ ଆଜି ୧୯ତମ ବ୍ୟକ୍ତିତ୍ବ ବିକାଶ କର୍ମଶାଳା ପଟିଆ କିସ୍ ଜଗନ୍ନାଥ ମନ୍ଦିର ଶ୍ରୀବାଣୀକ୍ଷେତ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଗ୍ରୁପ୍‌ର ପ୍ରତିଷ୍ଠାତା ତଥା ସଂପାଦକ ସୁମନ୍ତ ମହାରଣାଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ ଶିକ୍ଷାବିତ୍ ପ୍ରୀତିରାୟ ଚାନ୍ଦ, କାଦମ୍ବିନୀର ସଂପାଦିକା ଇତି ସାମନ୍ତ, ନଟିଆ କମେଡିଆନ ସ୍ମୁତିରଂଜନ ମହାନ୍ତି ଏବଂ ମନୋରଂଜନ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ଗ୍ରୁପର ତ୍ରୟମାସିକ ପତ୍ରିକା ‘ମୋ ଆଶା’ର ଗ୍ରୀଷ୍ମ ସଂଖ୍ୟା ଅତିଥିମାନେ ଉନ୍ମୋଚନ କରିଥିଲେ। ପରେ ପିଲାମାନେ ଧଉଳି, ବିଜ୍ଞାନ ପାର୍କ, ରାଜ୍ୟ ସଂଗ୍ରାହଳୟ ଓ ବିଭିନ୍ନ ଆଦର୍ଶ ଶିକ୍ଷାନୁଷ୍ଠାନ ବୁଲି ଦେଖିଥିଲେ। ସଂଧ୍ୟାରେ ସମ୍ବାଦ ଭବନକୁ ଆସି ‘ସମ୍ବାଦ’, ରେଡିଓ ଚକ୍‌ଲେଟ ଓ କନକ ଟିଭି ବୁଲି ଦେଖିଥିଲେ। ଗ୍ରୁପ୍ ପକ୍ଷରୁ ଗୌରୀଶଙ୍କର ଆଚାର୍ଯ୍ୟ, ଅତିଶ ମହାପାତ୍ର, ଉର୍ମିଳା ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର