ପେଟାଲ୍‌ସ ପବ୍ଲିକ୍‌ ସ୍କୁଲ୍‌ର ବାର୍ଷିକ ଉତ୍ସବ

ଭୁବନେଶ୍ୱର: ଖଣ୍ଡଗିରି ବାରିିସ୍ଥିତ ପେଟାଲ୍‌ସ ପବ୍ଲିକ୍‌ ସ୍କୁଲ୍‌ର ୬ଷ୍ଠ ବାର୍ଷିକ ଉତ୍ସବ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କୁନିକୁନି ପିଲାଙ୍କ ବାର୍ତାମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ପ୍ରତିଭାଧାରୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ବିଶିଷ୍ଟ ସମାଜସେବୀ ତୁଳସୀ ମୁଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ପିଲାମାନଙ୍କୁ ପାଠ ପଢ଼ି ଉତ୍କର୍ଷତା ହାସଲ କରିବା ସହ ସମାଜସେବା ପାଇଁ ସମୟ ଦେବାକୁ ଉପଦେଶ ଦେଇଥିଲେ। କର୍ପୋରେଟର୍‌ ନବକିଶୋର ବେହେରା, ଦିଲୀପ କୁମାର ମାଝୀ ଏବଂ ମୁଖ୍ୟବକ୍ତା ଭାବେ ଇଂ ପର୍ଶୁରାମ ପାଣିଗ୍ରାହୀ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ପ୍ରିୟଦର୍ଶିନୀ ରଥ ବିବରଣୀ ପାଠ କରିଥିବା ବେଳେ ମୋହିନୀ କୁମାରୀ ଭଂଜ ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀବୃନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ

ସମ୍ବନ୍ଧିତ ଖବର