ଭୁବନେଶ୍ୱର : ଖୋଦ୍ ରାଜଧାନୀର ଛାତି ଉପରେ ଚାଲିଛି ଲୁଟ୍। ପେଟ୍ରୋଲ ବଦଳରେ ଲୋକ କିଣୁଛନ୍ତି କିରାସିନି। ଆଜି ଏଭଳି ଏକ ବିଚିତ୍ର ଘଟଣା ନଜରକୁ ଆସିଛି। ରାଜଭବନ ନିକଟରେ ଥିବା ଏକ ପେଟ୍ରୋଲ ଟାଙ୍କିରେ ପେଟ୍ରୋଲ ପକାଇବା ପରେ ଗାଡ଼ିରୁ କିରାସିନି ବାହାରିଥିବା ନେଇ ଅଭିଯୋଗ ହୋଇଛି। ଗ୍ରାହକ ଗାଡ଼ି ନେଇ ତେଲ ଟାଙ୍କିରେ ପହଞ୍ଚିବା ପରେ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା। କିନ୍ତୁ ଟାଙ୍କି କର୍ମଚାରୀଙ୍କ ସହ ପୁଲିସ ରୁଦ୍ଧଦ୍ବାର ବୈଠକ କରିଥିବାରୁ ସନ୍ଦେହ ପ୍ରକାଶ ପାଇଛି। ଉପସ୍ଥିତ ଲୋକମାନେ ଉତ୍ତ୍ୟକ୍ତ ହୋଇ ସେଠାରେ ତେଲ ନପକାଇ ଫେରି ଆସିଛନ୍ତି। ଚନ୍ଦ୍ରଶେଖରପୁରର ସୌମ୍ୟରଞ୍ଜନ ପାତ୍ର ଏହି ଟାଙ୍କିରେ ଗତକାଲି ତେଲ ପକାଇଥିଲେ। କିଛି ବାଟ ଆସିବା ପରେ ଗାଡ଼ି ଚାଲି ନଥିଲା। ଗ୍ୟାରେଜ୍ରେ ଜାଣିବାକୁ ପାଇଲେ ତେଲରେ ମାତ୍ରାଧିକ କିରାସିନି ମିଶା ଯାଇଛି। ଫଳରେ ସେ ଟାଙ୍କିରେ ପହଞ୍ଚି ତେଲ ଫେରାଇବା ପାଇଁ ଜିଦ୍ ଧରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା।
ପକେଇଲେ ପେଟ୍ରୋଲ, ବାହାରିଲା କିରାସିନି
/sambad/media/post_attachments/wp-content/uploads/2019/06/petrol.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)