ଭୁବନେଶ୍ୱର (ବିଶ୍ୱଜିତ ଦାଶ) : ରାଜଧାନୀର ପ୍ରାୟ ୧୦ ଲକ୍ଷ ଲୋକଙ୍କ ଜୀବନ ସହ ଖେଳୁଛନ୍ତି ସରକାର। କେତେବେଳେ ରାସ୍ତାରେ ଯାଉ ଯାଉ ହଠାତ୍ ନାକ କାନ ରୁନ୍ଧି ହୋଇ ତଳେ ପଡ଼ି ଜୀବନ ଚାଲିଯିବ। ନଚେତ୍ ବିସ୍ଫୋରଣରେ ହାତ ଗୋଡ଼ ଛିଣ୍ଡି ଜୀବନ ଚାଲିଯିବ ତାହା କେହି କହିପାରିବେନି। ଏପରିକି ଦୁର୍ଘଟଣା ଘଟିଲେ ବି ପାଖଆଖ ଅଞ୍ଚଳରେ କେହି ବଞ୍ଚିବେନି। କ୍ଷଣିକରେ ପୂରା ରାଜଧାନୀ ଖିନଭିନ୍ ହୋଇଯିବ। ଏହି ଦୁର୍ଘଟଣାର ନାମ ହେଲା ଗ୍ୟାସ୍ ଜନିତ ଦୁର୍ଘଟଣା।
ଯେଉଁ ଦୁର୍ଘଟଣାରେ ସମସ୍ତଙ୍କ ଆଖି ଆଗରେ ପ୍ରଳୟ ହୋଇଯିବ। କିନ୍ତୁ କେହି କିଛି କରିବାକୁ ନାଚାର ଥିବେ। କାରଣ ଏହି ଦୁର୍ଘଟଣା ମୁକାବିଲା କରିବା ପାଇଁ ସରକାରଙ୍କ ପାଖରେ ଗୋଟିଏ ବି ଇମରଜେନ୍ସି ରେସ୍କ୍ୟୁ ଗାଡ଼ି ନାହିଁ ।
ଦୈନିକ ଭୁବନେଶ୍ବର ଦେଇ ଯାଇଥିବା ଦୁଇ ଜାତୀୟ ରାଜପଥ ଏନ୍ଏଚ୍-୧୬ ଏବ˚ ଏନ୍ଏଚ୍ ୩୧୬ ଦେଇ ହଜାର ହଜାର ଟନ୍ ଗ୍ୟାସ୍ ଏବ˚ ପେଟ୍ରୋଲ ବୋଝେଇ ଟ୍ୟାଙ୍କର ଯାଉଛି। ଏଥିରେ ଏଲ୍ପିଜି, ପ୍ରୋପେନ୍, କ୍ଲୋରିନ୍, ଏସିଟାଇଲିନ୍, ଆମୋନିଆ, କାର୍ବନ ମନୋକ୍ସାଇଡ୍, ହାଇଡ୍ରୋଜେନ୍ ଫ୍ଲୋରାଇଡ୍, ପେଟ୍ରୋଲ, ଡିଜେଲ୍ ଆଦି ଯାଉଛି। ହେଲେ ଦୈନିକ କେତେ ଗାଡ଼ି ଆସୁଛି, କେଉଁ ଗାଡ଼ିରେ କ’ଣ ଗ୍ୟାସ୍ ଆସୁଛି ତା’ର ହିସାବ ସରକାରଙ୍କ ପାଖରେ ନାହିଁ କି ଏହା ଦୁର୍ଘଟଣା ହେଲେ ଏହାର ପ୍ରତିକାର ବ୍ୟବସ୍ଥା ନାହିଁ।
/sambad/media/post_attachments/wp-content/uploads/2020/10/m3-300x200.jpg)
ରାଜ୍ୟରେ ଗୋଟିଏ ବି ଇମରଜେନ୍ସି ରେସ୍କ୍ୟୁ ଗାଡ଼ି ନାହିଁ
କାହା ପାଖରେ ରିପୋର୍ଟ ନାହିଁ କେତେ ଗାଡ଼ି ଆସୁଛି
ଗାଡ଼ିର ଦାମ୍ ୭ କୋଟି!
ଫ୍ୟାକ୍ଟ୍ରିଜ୍ ଆଣ୍ତ ବଏଲର୍ସ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବର ଏବେ ବିପଦସଙ୍କୁଳ ଅବସ୍ଥାରେ ଅଛି। କାରଣ ରାଜଧାନୀ ଦେଇ ଯାଇଥିବା ଦୁଇଟି ଯାକ ଜାତୀୟ ରାଜପଥରେ ଖୋର୍ଦ୍ଧା, ଜଟଣୀ, ବାଲେଶ୍ବର, ଝାରସୁଗୁଡ଼ା, ପାରଦୀପ ସମେତ ରାଜ୍ୟ ବାହାରକୁ ବିଭିନ୍ନ ପ୍ରକାରର ଗ୍ୟାସ୍ ଓ କେମିକାଲ୍ ଯାଉଛି। ଏପରିକି ଖୋର୍ଦ୍ଧାରେ ଥିବା ବିପିସିଏଲ୍ ୩୯୦ଟନ୍ ବିଶିଷ୍ଟ ଏଲ୍ପିଜି ଡିପୋ, ଜଟଣୀରେ ଥିବା ଏଚ୍ପିସିଏଲ୍ର ୧୭୪୦ଟନ୍ ବିଶିଷ୍ଟ ଏଲ୍ପିଜି ଡିପୋ, ଆଇଓସିଏଲ୍ର ବାଲେଶ୍ବରରେ ଥିବା ୧୩୬୫ଟନ୍ କ୍ଷମତା ବିଶିଷ୍ଟ ଡିପୋ, ଝାରସୁଗୁଡ଼ାର ୧୦୫୦ଟନ୍ ବିଶିଷ୍ଟ ଡିପୋକୁ ପ୍ରତ୍ୟେକ ଦିନ ଏଲ୍ପିଜି ଗ୍ୟାସ୍ ଯାଉଛି। ଏହି ଗାଡ଼ିଗୁଡ଼ିକ କେତେବେଳେ ବି ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି। ଯଦି ଦୁର୍ଘଟଣା ବଡ଼ ଧରଣର ହେବ ତେବେ ଏହାକୁ ଆୟତ୍ତ କରିବା ସମ୍ଭବ ହେବନି। ଖାସ୍ କରି ଭୁବନେଶ୍ବର ଭଳି ସହରରେ। ହେଲେ ସରକାରୀ ବ୍ୟବସ୍ଥାରେ ଏହାକୁ ଆୟତ୍ତ କରିବାକୁ କୌଣସି ବ୍ୟବସ୍ଥା ନଥିବାରୁ କିଛି ପଦକ୍ଷେପ ନିଆଯାଇପାରୁନି। ଆଜି ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ଗ୍ୟାସ୍ ଚାମ୍ବର ଯେଉଁଭଳି ଫାଟିଲା ତାହା ସବୁ ବିପଦକୁ ଜଳଜଳ ଦେଖାଉଛି।
ଫ୍ୟାକ୍ଟ୍ରିଜ୍ ଆଣ୍ତ ବଏଲର୍ସର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ବିଭିନ୍ନ କମ୍ପାନିର ଗ୍ୟାସ୍ ଡିପୋରେ କିଛି ଅଘଟଣ ହେଲେ ତାହାକୁ ଆୟତ୍ତ କରିବାକୁ ସେମାନଙ୍କର ସୁରକ୍ଷା ବ୍ୟବସ୍ଥା ଅଛି। ହେଲେ ରାସ୍ତାରେ ଅଘଟଣ ଘଟିଲେ କ’ଣ ହେବ ତାହା କାହାକୁ ଜଣାନାହିଁ। ନା ଏଥିପାଇଁ ଗ୍ୟାସ୍ ବିତରଣ କମ୍ପାନି କିଛି ବ୍ୟବସ୍ଥା କରିଛନ୍ତି ନା ରାଜ୍ୟ ସରକାର ଏନେଇ କିଛି ପଦକ୍ଷେପ ନେଇଛନ୍ତି।
କେବଳ ଏହି ଡିପୋ ଗୁଡ଼ିକୁ ନୁହେଁ। ବିଭିନ୍ନ ବିସ୍କୁଟ ପ୍ଲାଣ୍ଟରେ ବ୍ୟବହାର ପାଇଁ ପ୍ରୋପେନ୍ ଗ୍ୟାସ୍ ଗାଡ଼ି ଯାତାୟାତ କରୁଛି। ଏଥିରେ ଚନ୍ଦକା ଇଣ୍ତଷ୍ଟ୍ରିଆଲ ଇଷ୍ଟେଟ୍ରେ ଥିବା ବିସ୍କୁଟ କମ୍ପାନି ଏବ˚ ଖୋର୍ଦ୍ଧାରେ ଥିବା ବିସ୍କୁଟ କମ୍ପାନି ପାଇଁ ପ୍ରୋପେନ୍ ଗ୍ୟାସ୍ ବୋଝେଇ ଟ୍ରକ୍ ଦୈନିକ ଯାତାୟାତ କରୁଛି। ନିୟମ ଅନୁଯାୟୀ ଏଠାରେ ୧୫ଟନ୍ ପର୍ଯ୍ୟନ୍ତ ପ୍ରୋପେନ୍ ବ୍ୟବହାର କରିବାକୁ ଥିଲେ ହେଁ କେତେକ କ୍ଷେତ୍ରରେ ନିୟମକୁ ଉଲ୍ଲଘ˚ନ କରି ୪୦ଟନ୍ରୁ ଅଧିକ ପ୍ରୋପେନ୍ ଗ୍ୟାସ୍ ବ୍ୟବହାର କରାଯାଉଛି। ଏଥିପାଇଁ ବି କିଛି ସୁରକ୍ଷା ବ୍ୟବସ୍ଥା ନାହିଁ।
ଟ୍ରାନ୍ସପୋର୍ଟେସନ୍ ହାଜାର୍ଡସ୍ କେମିକାଲ୍ ରୁଲ୍ ଅନୁଯାୟୀ, କୌଣସି ପ୍ରକାରର ଗ୍ୟାସ୍ କିମ୍ବା କେମିକାଲ୍ ଗାଡ଼ି କୌଣସି ଜିଲ୍ଲାର ସୀମା ଭିତରକୁ ପ୍ରବେଶ କରିବା ପୂର୍ବରୁ ଉକ୍ତ ଜିଲ୍ଲା ପ୍ରଶାସନର ଅନୁମତି ନେବ। ହେଲେ ଅଧିକାଂଶ କ୍ଷେତ୍ରରେ ଜିଲ୍ଲାପାଳମାନେ ଏହି ନିୟମ ବିଷୟରେ ଅବଗତ ନାହାନ୍ତି ଯେଉଁଥିପାଇଁ କେହି ଏହାର ହିସାବ ରଖୁନାହାନ୍ତି। ଯେଉଁଥିପାଇଁ କୌଣସି ପ୍ରକାରର ଅଘଟଣ ଘଟିଲେ ଏହାର ସଙ୍ଗେସଙ୍ଗେ ମୁକାବିଲା କରିବା ଜିଲ୍ଲା ପ୍ରଶାସନ ପାଇଁ ସହଜ ହେଉନି। ଭୁବନେଶ୍ବର ଦେଇ କେତେ ଗ୍ୟାସ୍ ଗାଡ଼ି ଯାତାୟାତ କରୁଛି ଏନେଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପାଖରେ ବି ହିସାବ ନାହିଁ।
ଫ୍ୟାକ୍ଟ୍ରିଜ୍ ଆଣ୍ତ ବଏଲର୍ସ ବିଭାଗର ସୂଚନା ଅନୁଯାୟୀ, ଦୁଇ ବର୍ଷ ତଳେ ଛତ୍ରପୁରରେ ଏକ ଏଲ୍ପିଜି ଗ୍ୟାସ୍ ବୋଝେଇ ଟ୍ରକ୍ ଓଲଟିବା ଯୋଗୁଁ ଛତ୍ରପୁର ସହରରେ ୨୪ଘଣ୍ଟା ପାଇଁ ବିଦ୍ୟୁତ ସେବା ବନ୍ଦ କରାଯାଇଥିଲା। ଏପରିକି ଟ୍ରକ୍ ଓଲଟିଥିବା ସ୍ଥାନ ଠାରୁ କିଛି କିମି ପର୍ଯ୍ୟନ୍ତ ଲୋକଙ୍କ ଘରେ ଚୁଲି ଜଳି ନ ଥିଲା। ଛତ୍ରପୁରରେ ବଡ଼ ଦୁର୍ଘଟଣାକୁ ଏଡ଼ାଇବାକୁ ବିଶାଖାପାଟଣାରୁ ଏମରଜେନ୍ସି ରେସ୍କ୍ୟୁ ଗାଡ଼ି ମଗାଯାଇଥିଲା। ଏହି ଦୁର୍ଘଟଣା ମଧୢାହ୍ନ ୧୨ଟାରେ ଘଟିଥିଲେ ହେଁ ରାତି ୧୧ଟାରେ ଏହି ଗାଡ଼ି ଆସି ପହଞ୍ଚିଥିଲା। ଏହାପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।
/sambad/media/post_attachments/wp-content/uploads/2020/10/petrol-pump-balst-bbsr-300x170.jpg)
ସେହିପରି ଆଜି ମଧ୍ୟାହ୍ନରେ ରାଜଭବନ ନିକଟରେ ଦୁର୍ଘଟଣା ଘଟିଥିଲେ ହେଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଇମରଜେନ୍ସି ରେସ୍କ୍ୟୁ ଗାଡ଼ି ଆସିପାରିନଥିଲା। ଫଳରେ ପାୱାର ହାଉସ୍ ଛକରୁ ଏଜି ଛକ, ରାଜଭବନ ଛକରୁ ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ଶହ ଶହ ଲୋକଙ୍କ ଘରେ ଗ୍ୟାସ୍ ଚୁଲା ଜଳିନଥିଲା। କମିସନରେଟ୍ ପୁଲିସ ଗ୍ୟାସ୍ ନଲଗାଇବାକୁ କହିଥିବାରୁ ବହୁ ଲୋକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉପାସ ରହିଥିଲେ।
ଏଠାରେ ଗ୍ୟାସ୍ ଟାଙ୍କି ଫାଟିଗଲା ବୋଲି ସ୍ଥିତି କିଛି ମାତ୍ରାରେ ନିୟନ୍ତ୍ରଣରେ ଥିଲା। କିନ୍ତୁ ଯଦି ଗ୍ୟାସ୍ ଲିକ୍ ହୋଇଥାନ୍ତା ତେବେ ୧୦ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଗାଡ଼ି ଆସିବାକୁ ଅପେକ୍ଷା କରିବା, ବିଦ୍ୟୁତ ସରବରାହ ବନ୍ଦ କରିବା, ଲୋକଙ୍କୁ ଗ୍ୟାସ୍ ଓ ଚୁଲି ଲଗାଇବାକୁ ବାରଣ କରିବା କ’ଣ ସମ୍ଭବ ହେବ? ଯଦି କେହି ଅସାବଧନବଶତଃ କିଛି କରିଦେଲେ ତେବେ ଭୁବନେଶ୍ବର କ୍ଷଣିକରେ ଧ୍ବ˚ସ ହୋଇଯିବ। କାରଣ ଏହି ଅଘଟଣର ସମ୍ମୁଖୀନ କରିବା ପାଇଁ ଅଗ୍ନିଶମ ବିଭାଗ ଅସମର୍ଥ।
ଅଗ୍ନିଶମ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ରାଜ୍ୟରେ ଇମରଜେନ୍ସି ରେସ୍କ୍ୟୁ ଗାଡ଼ି ବା ଡି-କଣ୍ଟେନର ନାହିଁ। ଏହା ଗ୍ୟାସ୍ ବିତରଣ କମ୍ପାନି କିଣିବା ଦରକାର। ସେମାନେ ଡିପୋରେ ଏହି ଗାଡ଼ି ରଖିବା ସହ ଜାତୀୟ ରାଜପଥରେ ଏହିଭଳି ଗାଡ଼ି ବିଭିନ୍ନ ସ୍ଥାନରେ ରଖିବା ଦରକାର। ଯାହାଦ୍ବାରା କୌଣସି ଅଘଟଣକୁ ତୁରନ୍ତ ମୁକାବିଲା କରିହେବ। ଯେତେବେଳ ପର୍ଯ୍ୟନ୍ତ ଦୁର୍ଘଟଣାଗସ୍ତ ହୋଇଥିବା ଗ୍ୟାସ୍ ଚାମ୍ବର ବା ଗାଡ଼ିରୁ ଗ୍ୟାସ୍ ନିଷ୍କାସନ ନହୋଇଛି ସେତେବେଳ ପର୍ଯ୍ୟନ୍ତ କିଛି କରିହେବନି। ଅଗ୍ନିଶମ ବିଭାଗ କର୍ମଚାରୀ ଏନେଇ ପ୍ରଶିକ୍ଷଣ ନେଇନାହାନ୍ତି। ଏଥିପାଇଁ ଗ୍ୟାସ୍ ବିତରଣ କମ୍ପାନି ନିକଟରେ କର୍ମଚାରୀ ଅଛନ୍ତି।
ଫ୍ୟାକ୍ଟ୍ରିଜ୍ ଆଣ୍ତ ବଏଲର୍ସ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏମରଜେନ୍ସି ରେସ୍କ୍ୟୁ ଗାଡ଼ିର ଦାମ୍ ପ୍ରାୟ ୬ରୁ ୭କୋଟି ଟଙ୍କା ପଡ଼ିବ। ତେଣୁ ରାଜ୍ୟ ସରକାର କିଣୁନାହାନ୍ତି କି ଏହି ବିପଦସଙ୍କୁଳ ଭାବେ ଗ୍ୟାସ୍ ପରିବହନ କରୁଥିବା ସ˚ସ୍ଥାଗୁଡ଼ିକ ଗାଡ଼ି କିଣୁନାହାନ୍ତି। ଆଉ ଲୋକଙ୍କୁ ମରଣ ମୁହଁକୁ ଠେଲି ଦେଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/petrol-pump-balst-bbsr-7.jpg)