ଭୁବନେଶ୍ୱର: ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ ଆଣ୍ଡ କ୍ୟାପିଟାଲ ହସ୍ପିଟାଲରେ ପିଜି ପାଠ୍ୟକ୍ରମ ୨୯ରେ ଆରମ୍ଭରେ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବେ। ଆଜି ଏ ନେଇ ସ୍ବାସ୍ଥ୍ୟ ସଚିବ ଶାଲିନି ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ କ୍ୟାପିଟାଲ ହସ୍ପିଟାଲ ପରିସରରେ ଅନୁଷ୍ଠିତ ହୋଇଯାଇଛି।
ସୂଚନା ଅନୁସାରେ କ୍ୟାପିଟାଲ ହସ୍ପିଟାଲରେ ୫୦-୫୦ ଅନୁସାରେ ସର୍ବଭାରତୀୟ ଓ ରାଜ୍ୟସ୍ତରୀୟସ୍ତରରେ ମନୋନୀତ ଛାତ୍ରଛାତ୍ରୀ ଯୋଗ ଦେବେ। ସର୍ବଭାରତୀୟସ୍ତରରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ରାଜ୍ୟସ୍ତରୀୟ ମନୋନୀତ ଛାତ୍ରଛାତ୍ରୀମାନେ ବିଭିନ୍ନ କାରଣରୁ ଯୋଗ ଦେବାରେ ବିଳମ୍ୱ ହେଉଛି। ତେଣୁ ଉଦ୍ଘାଟନରେ ବିଳମ୍ୱ ହେଉଥିଲା। ଖୁବଶୀଘ୍ର ସମସ୍ତ ୬ଟି ବିଭାଗର ୨୪ ପିଲା ଯୋଗ ଦେବା ପରେ ପାଠ୍ୟକ୍ରମ ଆରମ୍ଭ ହେବ ବୋଲି ପିଜି ଇନଷ୍ଟିଚ୍ୟୁଟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।