ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶରେ ଝଡ଼ ସୃଷ୍ଟି ହୋଇଥିବା ବେଳେ ସାଧାରଣ ଲୋକଙ୍କ ମତାମତ ଜାଣିବା ପାଇଁ ଚଳିତଥର ଫୋନ୍-ଇନ୍-ପ୍ଲିଜ୍ର ପ୍ରସଙ୍ଗ ଥିଲା, ‘କେନ୍ଦ୍ର ପ୍ରଣୀତ ଆଇନକୁ ରାଜ୍ୟମାନେ ନ ମାନିବାକୁ ଧମକ ଦେବା ଅସାମ୍ବିଧାନିକ’। ଏହା ଉପରେ ମତାମତ ରଖି ଅଧିକାଂଶ ପାଠକ କହିଛନ୍ତି, ସଂଘୀୟ ବ୍ୟବସ୍ଥା ଅନୁଯାୟୀ, କେନ୍ଦ୍ର ପ୍ରଣୀତ ଆଇନକୁ ସବୁ ରାଜ୍ୟ ମାନିନେବା ଉଚିତ୍। ନ ମାନିବାକୁ ଧମକ ଦେବା ଅସାମ୍ବିଧାନିକ।
ସମ୍ବିଧାନର ସପ୍ତମ ଅନୁଚ୍ଛେଦରେ ପ୍ରତିରକ୍ଷା, ବୈଦେଶିକ ବ୍ୟାପାର, ନାଗରିକତା ଆଦି ୯୭ଟି ବିଷୟରେ କେନ୍ଦ୍ରୀୟ ଆଇନକୁ ରାଜ୍ୟ ସରକାରମାନେ ମାନିବା କଥା। ସଂଘୀୟ ବ୍ୟବସ୍ଥାରେ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ କ୍ଷମତାର ବିକେନ୍ଦ୍ରୀକରଣ କରାଯାଇଛି। କେନ୍ଦ୍ର ପ୍ରଣୀତ ନାଗରିକ ସଂଶୋଧନ ବିଲ୍କୁ ରାଜ୍ୟମାନେ ନ ମାନିଲେ, ଭୟଙ୍କର ସାମ୍ବିଧାନିକ ସଂକଟ ଉପୁଜିପାରେ।
ଛାୟାକାନ୍ତ ନାୟକ, ପୁରୀ
ନାଗରିକତା ସଂଶୋଧନ ଆଇନକୁ ଯେଉଁ ରାଜ୍ୟଗୁଡ଼ିକ ନ ମାନିବାକୁ ଘୋଷଣା କରିଛନ୍ତି, ସେମାନେ ଦେଶକୁ ଏକ ଭୟଙ୍କର ସମ୍ବିଧାନିକ ସଂକଟ ଆଡ଼କୁ ମୁହାଁଉଛନ୍ତି। ସଂଶୋଧିତ ନାଗରିକତା ଆଇନ ବେଶ୍ ପ୍ରଶଂସନୀୟ ବୋଲି କୁହାଯାଇପାରେ।
ରମେଶ ଚନ୍ଦ୍ର ମହାପାତ୍ର, ଭୁବନେଶ୍ୱର
ଲୋକସଭା ଓ ରାଜ୍ୟସଭାରେ ଅନୁମୋଦିତ ହୋଇ ରାଷ୍ଟପ୍ରତିଙ୍କ ମୋହର ବାଜିବା ପରେ ଏକ ବିଲ୍ ଆଇନରେ ପରିଣତ ହୁଏ। ସଂଘୀୟ ବ୍ୟବସ୍ଥା ଅନୁଯାୟୀ, ପ୍ରତ୍ୟେକ ରାଜ୍ୟ ଏହାକୁ ମାନିନେବା କଥା। କିନ୍ତୁ ଯଦି ଧମକ ଦିଆଯାଏ, ତାହା ଅସାମ୍ବିଧାନିକ। ଲୋକତନ୍ତ୍ରରେ ଆପୋଷ ଆଲୋଚନା ଓ ବୁଝମଣା ନିହାତି ଦରକାର।
ଡ. ନଗେନ୍ଦ୍ର ନାଥ ମିଶ୍ର, ଭୁବନେଶ୍ୱର
କେନ୍ଦ୍ର ସରକାରଙ୍କ ସମସ୍ତ ନିୟମକୁ ରାଜ୍ୟ ମାନିବାକୁ ବାଧ୍ୟ ନୁହେଁ।
ହଳଧର ଚୌଧୁରୀ, ନୂଆପଲ୍ଲୀ
କେନ୍ଦ୍ର ପ୍ରଣୀତ ଆଇନକୁ ରାଜ୍ୟମାନେ ନ ମାନିବାକୁ ଧମକ ଦେବା ଅସାମ୍ବିଧାନିକ। କିନ୍ତୁ ଏଥିପାଇଁ ରାଜ୍ୟକୁ ସଂପୂର୍ଣ୍ଣ ଭାବେ ଦାୟୀ କରାଯାଇପାରିବ ନାହିଁ। କାରଣ କେନ୍ଦ୍ର ସରକାର ଆଇନ ପ୍ରଣୟନ କରିବା ପୂର୍ବରୁ ସବୁ ବର୍ଗଙ୍କୁ ନେଇ ଆଲୋଚନା କରିବା କଥା। ବର୍ତମାନ ଯାହା ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ଆଇନମନ୍ତ୍ରୀ କହୁଛନ୍ତି, ତାହା ବହୁ ଆଗରୁ ବୁଝାଇବାର ଥିଲା।
ଶ୍ରୀବତ୍ସ ମହାନ୍ତି, ଯାଁଳା
କେନ୍ଦ୍ର ପ୍ରଣୀତ ଆଇନକୁ ରାଜ୍ୟ ମାନିବା ଆବଶ୍ୟକ। କେନ୍ଦ୍ରରେ ଥିବା ନିର୍ବାଚିତ ପ୍ରତନିିଧିମାନେ ଏହି ବିଲକୁ ଉଭୟ ଗୃହରେ ଅନୁମୋଦନ କରାଇଛନ୍ତି।
ବିଦ୍ୟାଧର ମୁଖୀ, ରେଣ୍ଟାଲ କଲୋନି
ଭାରତର ସଂସଦ ଯେଉଁ ଆଇନ ତିଆରି କରୁଛି, ତାକୁ ସବୁ ରାଜ୍ୟ ମାନିବାକୁ ବାଧ୍ୟ। ନ ମାନିବା ଅସାମ୍ବିଧାନିକ।
କୃଷ୍ଣପ୍ରସାଦ ଘୋଷ, ଭୁବନେଶ୍ୱର
ପ୍ରଦୀପ୍ତ ମହାନ୍ତି, ଭୁବନେଶ୍ୱର
ଦେବାଶିଷ ସାହୁ, ନୟାଗଡ଼
ଅନ୍ଧ ଭାବରେ କୌଣସି କେନ୍ଦ୍ର ପ୍ରଣୀତ ଆଇନକୁ ମାନିବା ପାଇଁ ସମୀଚୀନ ନୁହେଁ।
ପ୍ରକାଶ ଚନ୍ଦ୍ର ବାରିକ, କାକଟପୁର
କେନ୍ଦ୍ରରେ ଥରେ ଆଇନ ପ୍ରଣୀତ ହୋଇଗଲେ, ତାହା ପ୍ରତ୍ୟେକ ରାଜ୍ୟ ମାନିବାକୁ ବାଧ୍ୟ। କିନ୍ତୁ ବର୍ତମାନର ସାଂପ୍ରଦାୟିକ ଗଣ୍ଡଗୋଳକୁ ଆଖି ଆଗରେ ରଖି ସାମୟିକ ଭାବେ ବର୍ତମାନ ପାଇଁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି। କିନ୍ତୁ ଏହା ଭବିଷ୍ୟତରେ ନିଶ୍ଚିତ ଭାବେ ଲାଗୁ ହେବ। ଏଥିରେ ସନ୍ଦେହ ନାହିଁ।
ବ୍ରଜରାଜ ରଥ, ଭୁବନେଶ୍ୱର
କେନ୍ଦ୍ର ପ୍ରଣୀତ ଆଇନ ଦେଶର ହିତ ପାଇଁ କରାଯାଉଛି। ଏହାକୁ ସବୁ ରାଜ୍ୟ ମାନିବା ଦରକାର। କିନ୍ତୁ ରାଜନୈତିକ ଉଦ୍ଦେଶ୍ୟ ରଖି କିଛି ଆଇନକୁ ବିରୋଧ କରାଯାଉଛି। ତେଣୁ ପ୍ରଥମେ ଦେଶ ରକ୍ଷା, ପରେ ରାଜନୀତି।
ବଳଭଦ୍ର ବରାଳ, ପୁରୀ
ସମ୍ବିଧାନର ସପ୍ତମ ଅନୁଚ୍ଛେଦରେ ଥିବା ବ୍ୟବସ୍ଥା ଅନୁଯାୟୀ, କେନ୍ଦ୍ର ଯାହା ଆଇନ ପ୍ରଣୟନ କରିବ, ତାହାକୁ ସବୁ ରାଜ୍ୟ ମାନି ନେବାକୁ ବାଧ୍ୟ। କିନ୍ତୁ କୌଣସି ସମ୍ବେଦନଶୀଳ ବିଲ୍ ଅନୁମୋଦନ କରାଇବା ପୂର୍ବରୁ ଯଦି ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖା ଯାଆନ୍ତା, ତେବେ ବିରୋଧକୁ ଏଡ଼ା ଯାଇ ପାରନ୍ତା।
ଦିଲ୍ଲୀପ ବିଶ୍ବାଳ, ଭୁବନେଶ୍ୱର
ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ହୋଇଥିବାରୁ ସରକାର ଏଭଳି ଆଇନ କରିବା ଆବଶ୍ୟକ, ଯାହା ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଭାରତବାସୀଙ୍କ ସ୍ବାର୍ଥରେ ଆସିବା ଦରକାର।
ଉଷାରାଣୀ ଦାସ, ଶିକ୍ଷୟିତ୍ରୀ
ରାଜ୍ୟମାନଙ୍କ ମତ ନେଇ କେନ୍ଦ୍ର ନାଗରିକ ସଂଶୋଧନ ଆଇନ ପ୍ରଣୟନ କରିଛି କି ? ଏବେ ବିଭିନ୍ନ ରାଜ୍ୟରେ ଜଳୁଥିବା ନିଆଁରୁ ବୁଝା ପଡ଼ୁଛି ଯେ ଏହି ଆଇନରେ ଅନେକ ତ୍ରୁଟି ରହିଛି। ତେଣୁ ଏହାର ସଂଶୋଧନ କରାଯିବା ଜରୁରୀ।
ମନୋରଂଜନ ସ୍ବାଇଁ, ଭୁବନେଶ୍ୱର
କେନ୍ଦ୍ର ଦ୍ୱାରା ପ୍ରଣୀତ ଆଇନକୁ ରାଜ୍ୟମାନେ ମାନିବାକୁ ବାଧ୍ୟ। ଆଇନ ଲାଗୁ ନ କରିବାରୁ ଅରାଜି ହେଉଥିବା ରାଜ୍ୟଗୁଡ଼ିକରେ ରାଷ୍ଟ୍ରପତି ଶାସନ ଜାରି କରାଯିବା ଉଚିତ।
ଅସିତ ନାୟକ, ଭୁବନେଶ୍ୱର
କେନ୍ଦ୍ର ପ୍ରଣୀତ ସବୁ ଆଇନକୁ ରାଜ୍ୟଗୁଡ଼ିକ ଅନ୍ଧ ଭାବେ ମାନିନେବା ଉଚିତ ନୁହେଁ। ଯଦି କୌଣସି ଆଇନ ରାଜ୍ୟର ବୃହତ୍ତର ସ୍ବାର୍ଥକୁ ହାନି କରୁଛି, ସେଭଳି ଆଇନକୁ ରାଜ୍ୟ ଲାଗୁ କରିବା ଉଚିତ ନୁହେଁ।
ସୁରେନ୍ଦ୍ର କୁମାର ନାୟକ, ନିଆଳି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/dh.jpg)