ଫୋନ୍‌-ଇନ୍‌-ପ୍ଲିଜ୍‌ : ଆର୍ଥିକ ସ୍ଥିତି ସୁଧାରିବାରେ ବଜେଟ୍‌ ସହାୟକ ହେବନାହିଁ

ଶନିବାର ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏହାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଓ ଆଲୋଚନା ଜାରି ରହିଛି। ‘ସମ୍ବାଦ ଫୋନ-ଇନ୍-ପ୍ଲିଜ୍‌’ରେ ଚଳିତ ସପ୍ତାହରେ ପଚରାଯାଇଥିବା ପ୍ରଶ୍ନରେ ଆର୍ଥିକ ସ୍ଥିତି ସୁଧାରିବାରେ କେନ୍ଦ୍ର ବଜେଟ୍‌ ବିଶେଷ ସହାୟକ ହେବନାହିଁ ବୋଲି ଅଧିକାଂଶ ପାଠକ ମତ ଦେଇଛନ୍ତି।

ଏହି ବଜେଟ ଦେଶର ଆର୍ଥିକ ସ୍ଥିତି ସୁଧାରିବାରେ କୌଣସି ପ୍ରକାରେ ସହାୟକ ହେବନାହିଁ। ଏହା ଏକ ଫମ୍ପା ବଜେଟ। ଦେଶ ଏବେ ଆର୍ଥିକ ସ୍ତରରେ ଦୁର୍ବଳ ହେବାରେ ଲାଗିଛି।
ରବୀନ୍ଦ୍ର କୁମାର ନନ୍ଦ, ଶିଶୁପାଳଗଡ଼, ପୁରୁଣା ଭୁବନେଶ୍ବର
ଶାନ୍ତିଲତା ଦାସ, ସତ୍ୟନଗର, ଭୁବନେଶ୍ବର

ବିଜେପି ସରକାର ଆସିବା ପରେ ଦେଶର ଆର୍ଥିକ ସ୍ଥିତି ଦିନକୁ ଦିନ ତଳକୁ ତଳ ଗଲାଣି। ବଜେଟରେ କୌଣସି ବି ସୁଧାର ଆସିବା ଭଳି ଲାଗୁ ନାହିଁ।
ଶାନ୍ତନ୍ତୁ କୁମାର ଦାସ, ୟୁନିଟ-୯ ଭୁବନେଶ୍ବର

ବଜେଟରେ କିଛି ନୂଆନାହିଁ। ନୂଆ ବୋତଲରେ, ପୁରୁଣା ମଦ ଭଳି ଲାଗୁଛି। ଏଥିରେ ଦେଶର କିଛି ଆର୍ଥିକ ସ୍ଥିତିରେ ପରିବର୍ତନ ଆସିବ ନାହିଁ।
ପ୍ରଫୁଲ୍ଲ କୁମାର ଦାସ, ପଳାସୁଣୀ, ଭୁବନେଶ୍ବର

ବଜେଟରେ କିଛି ନୂତନତ୍ବ ନାହିଁ। ଗୋଟିଏ ପଟେ, ଏୟାର ଇଣ୍ଡିଆ ଭଳି ସଂସ୍ଥାକୁ ବିକ୍ରି କରିବା ପାଇଁ ଯୋଜନା ଚାଲିଥିବା ବେଳେ ଅନ୍ୟପଟେ କୃଷକମାନଙ୍କ ପାଇଁ ବିମାନ ସେବା ହାସ୍ୟାସ୍ପଦ।
ଦୁଷ୍ମନ୍ତ କୁମାର ସାହୁ, ରବି ଟକିଜ ଛକ, ଭୁବନେଶ୍ବର

ବଜେଟ ଭବିଷ୍ୟତକୁ ଦୃଷ୍ଟିରେ ରଖି କରାଯାଇଛି। ଏହାର ସୁଫଳ ଆଗାମୀ ଦିନରେ ଦେଶ ପାଇବ। ବଜେଟରେ କିଛି ବି ଖରାପ ନାହିଁ।
ଶାନ୍ତିଭୂଷଣ ମହାନ୍ତି, ସହିଦନଗର

ବଜେଟ ଯେଉଁମାନେ ପ୍ରସ୍ତୁତ କରନ୍ତି, ସେମାନଙ୍କର ନିଶ୍ଚିତ ଭାବେ ଦେଶର ଆର୍ଥିକ ସ୍ଥିତି ସମ୍ପର୍କରେ ଜ୍ଞାନ ଥିବ। ଦେଶର ଆର୍ଥିକ ସ୍ଥିତିକୁ ଦେବାଳିଆ କରିବାକୁ କେହି ଚାହାନ୍ତି ନାହିଁ।
ସଂଜୟ ରଥ, ଭୁବନେଶ୍ବର

ଏଭଳି ବଜେଟ ପ୍ରଥମଥର ଲାଗି ଦେଖିବାକୁ ମିଳିଛି। ଯାହାର କିଛି ବି ଅର୍ଥ ନାହିଁ। ଯେଉଁମା‌ନେ ବଜେଟ ପ୍ରସ୍ତୁତ କରୁଛନ୍ତି, ସେମାନେ ପ୍ରଥମେ ଦେଶର ଆର୍ଥିକ ସ୍ଥିତି ଉପରେ ନଜର ଦେବା ଆବଶ୍ୟକ।
ଆଲୋକ ଜେନା, ଲକ୍ଷ୍ମୀସାଗର

ବଜେଟ ଅତ୍ୟନ୍ତ ନୈରାଶ୍ୟଜନକ। ଭାରତୀୟ ଜୀବନ ବୀମା ନିଗମ ଅର୍ଥକୁ ଆଣି ସରକାର ଖର୍ଚ କରିବା ଆରମ୍ଭ କଲେଣି। ଏହା ଏକମାତ୍ର ଲାଭବାନ ସଂସ୍ଥା। ମାତ୍ର ସରକାର ଏହାକୁ ମଧ୍ୟ ବୁଡ଼ାଇ ଦେବାକୁ ଯୋଜନା କରିଛନ୍ତି।
ରମେଶ ରଥ, ନୟାଗଡ଼

ବଜେଟକୁ ନେଇ ଏତେ ଚିନ୍ତିତ ହେବା ଆବଶ୍ୟକ ନାହିଁ। ବଜେଟ ଦେଶର ଉନ୍ନତିରେ ସହାୟକ ହେବ।
ଯୋଗେନ୍ଦ୍ର ନାରାୟଣ କର, କଟକ

କେବଳ ଏହି ବଜେଟ କାହିଁକି, ଦେଶର ଆର୍ଥିକ ସ୍ଥିତିରେ ଏବେ ଅନେକ ସୁଧାର ଆସିଛି। ଏନଡିଏ ସରକାର ସବୁବେଳେ ଦେଶ ହିତରେ ଥାଏ।
ସଙ୍କଟମୟୀ ମହାନ୍ତି, ଚନ୍ଦ୍ରଶେଖରପୁର

ସମ୍ବନ୍ଧିତ ଖବର