ବିସିସିଆଇ ଦିନିକିଆ ଟି-ଟ୍ବେଣ୍ଟି ମ୍ୟାଚ୍ର ଅଧିନାୟକତ୍ବରୁ ବିରାଟ କୋହଲିଙ୍କୁ ବିଦା କରିଛନ୍ତି। ଯାହା ଭାରତୀୟ ଦଳ ପାଇଁ ଶୁଭଙ୍କର ହେବା ସହ ଏଥର ଦଳ ଭଲ ପ୍ରଦର୍ଶନ କରିପାରିବ। ଏଥିସହ ସୌରଭ ଗାଙ୍ଗୁଲିଙ୍କ ସଭାପତିତ୍ବ ଏବଂ ରୋହିତ ଶର୍ମାଙ୍କ ଅଧିନାୟକତ୍ବ ଭାରତୀୟ ଦଳ ପାଇଁ ସୁନାମ ଅର୍ଜନ କରିବ ବୋଲି ଚଳିତଥରର ସମ୍ବାଦ ଫୋନ୍-ଇନ୍-ପ୍ଲିଜ୍ର ପ୍ରସଙ୍ଗ ‘କୋହଲିଙ୍କୁ ଦିନିକିଆ ଅଧିନାୟକତ୍ବରୁ ତଡ଼ିବା ଉଚିତ ଥିଲା କି?’ରେ ଅଧିକାଂଶ ପାଠକ ଏଭଳି ମତ ଦେଇଛନ୍ତି।
ବିରାଟ କୋହଲି ଜଣେ ସାଧାରଣ ଖେଳାଳି ହୋଇ ଖେଳିବା ଭଲ। କାରଣ ଅଧିନାୟକ ଭାବେ ସେ ବାରମ୍ବାର ନୈରାଶ୍ୟଜନକ ପ୍ରଦର୍ଶନ କରି ଆସୁଛନ୍ତି। ତେଣୁ ଦିନିକିଆ ଅଧିନାୟକତ୍ବରୁ ବିଦାୟ ଦେବା ନିଷ୍ପତ୍ତି ସ୍ବାଗତଯୋଗ୍ୟ।
-ବାଦଲ ପ୍ରଧାନ, ନିମାପଡ଼ା
-ତାପସ ସ୍ବାଇଁ, ଖୋର୍ଦ୍ଧା
-ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବାଳକାଟି
କୋହଲି ଜଣେ ଭଲ ଖେଳାଳି। ତାଙ୍କୁ ଦିନିକିଆ ମ୍ୟାଚ୍ରୁ ବାହାର କରିବା ଠିକ୍ ନୁହେଁ। ସେ ଏଥର ଖେଳିଥିଲେ ନିଶ୍ଚିତ ଭଲ ପ୍ରଦର୍ଶନ କରିଥାନ୍ତେ।
-ବିବେକାନନ୍ଦ ମଙ୍ଗରାଜ, ବ୍ରହ୍ମଗିରି
-ଆଲୋକ ବେହେରା, ଭୁବନେଶ୍ବର
କୋହଲି ଜଣେ ଭଲ ଖେଳାଳି ଭାବେ ସଫଳତା ଅର୍ଜନ କରିପାରିଥିଲେ। କିନ୍ତୁ ଜଣେ ଅଧିନାୟକ ଭାବେ ବିଫଳ ହେଲେ। ଯାହା ଫଳରେ ବିସିସିଆଇ ନିର୍ଦ୍ଦେଶକ୍ରମେ ଟି-ଟ୍ବେଣ୍ଟି ଓ ଦିନିକିଆ ଅଧିନାୟକତ୍ୱରୁ ତାଙ୍କୁ ବିଦା କରାଯାଇଛି।
-ଦୀପ୍ତିରଞ୍ଜନ ସାହୁ, ପୁରୀ
କୋହଲିଙ୍କୁ ଅଧିନାୟକତ୍ବରୁ ବାଦ୍ ଦେବା ଠିକ୍ ନିର୍ଣ୍ଣୟ। କାରଣ ତାଙ୍କର ଭୁଲ୍ ନିଷ୍ପତ୍ତି ଯୋଗୁଁ ଭାରତୀୟ ଦଳର ଅନେକ ଭଲ ଖେଳାଳି ନିଜର ଯୋଗ୍ୟତା ପ୍ରତିପାଦନ କରିପାରୁ ନଥିଲେ।
-ଧୀରେନ୍ଦ୍ର ସାହୁ, ବାଲିଅନ୍ତା
କୋହଲିଙ୍କ ଖେଳ ନିଶ୍ଚିତ ରୂପେ ପ୍ରଶଂସନୀୟ। ସେ ତାଙ୍କ ଦକ୍ଷତା ଯୋଗୁଁ ଅଧିନାୟକ ହୋଇପାରିଥିଲେ। କିନ୍ତୁ ତାଙ୍କ କାର୍ଯ୍ୟକୁ ସଠିକ୍ ଭାବେ ତୁଲାଇ ପାରିଲେ ନାହିଁ। ବର୍ତ୍ତମାନ ସୌରଭ ଗାଙ୍ଗୁଲି ଓ ରୋହିତ ଶର୍ମା ମିଳିତ ଭାବେ ଭାରତୀୟ ଦଳ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି।
-ଧୀରେନ୍ଦ୍ର କୁମାର ସାହୁ, ଭୁବନେଶ୍ବର
-କୈଳାସ ଚନ୍ଦ୍ର ପୃଷ୍ଟି, ଖୋର୍ଦ୍ଧା
ଟି-ଟ୍ବେଣ୍ଟି ଓ ଦିନିକିଆରେ କୋହଲି ଗୋଟିଏ ବି ମ୍ୟାଚ୍ରେ ଭଲ ପ୍ରଦର୍ଶନ କରି ଦଳକୁ ଜିତାଇ ପାରିଲେନି। ତେଣୁ ତାଙ୍କୁ ବିଦା କରିବା ପୂର୍ବରୁ ସେ ନିଜେ ଓହରିଯିବା ଉଚିତ ଥିଲା।
-ଲକ୍ଷ୍ମୀଧର ପେଣ୍ଠୋଇ, ନୟାଗଡ଼
କୋହଲି ଅଧିନାୟକତ୍ବ ପଦବିରୁ ଏବେ ହଟିବା ଉଚିତ ନଥିଲା। ସେ ଆଗାମୀ ଦୁଇ ତିନି ବର୍ଷ ନିଷ୍ଠାର ସହ ଖେଳିଥିଲେ ନିଶ୍ଚିତ ରୂପେ ଭଲ ପ୍ରଦର୍ଶନ କରିପାରିଥାନ୍ତେ।
-ଡାକ୍ତର ନଗେନ୍ଦ୍ର ନାଥ ମିଶ୍ର, ସାମନ୍ତରାପୁର
-ସସ୍ମିତା ମିଶ୍ର
ଅଧିନାୟକ ଭାବେ କୋହଲିଙ୍କୁ ତାଙ୍କ ଭାଗ୍ୟ ସାଥ୍ ଦେଇନଥିଲା। ତେଣୁ ସେ ବିଜୟ ହାସଲ କରିବାରେ ଅସମର୍ଥ ହେଲେ। ଖେଳାଳି ଭାବେ ସେ ଭାରତୀୟ ଦଳ ପାଇଁ ଭଲ ପ୍ରଦର୍ଶନ କରିପାରିବେ।
-ରଶ୍ମି ରଂଜନ ପଣ୍ଡା, ବାଲେଶ୍ଵର
-ପୀତବାସ ସାହା, ବାଳକାଟି
କୋହଲିଙ୍କୁ ଦିନିକିଆ ପଦରୁ ବିଦା କରି ବିସିସିଆଇ ତାଙ୍କ ପ୍ରତି ବିରାଟ ଅନ୍ୟାୟ କଲା ଭଳି ମନେ ହେଉଛି। ଭାରତୀୟ ଦଳ ପାଇଁ ବିରାଟଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ତାଙ୍କ ଭଳି ନେତୃତ୍ବ ଦଳକୁ ଆବଶ୍ୟକ।
-ସୁଧାକର ଦାସ, ଖୋର୍ଦ୍ଧା
-ନୀଳମଣି ମିଶ୍ର, ସୁନ୍ଦରପଦା
-ଆହ୍ବାନ କୁମାର ପାଇକରାୟ, ଭୁବନେଶ୍ବର
କୋହଲି ପଡ଼ିଆରେ ସବୁବେଳେ ଭଲ ପ୍ରଦର୍ଶନ କରିବା ସହ ଭଲ ଭାବେ ଖେଳ ପରିଚାଳନା କରିପାରୁ ଥିଲେ। ତାଙ୍କୁ ଦଳରୁ ବିଦା କରାଯାଇନି। ବରଂ ନୂଆ ଖେଳାଳିମାନଙ୍କୁ ସୁଯୋଗ ଦିଆଯାଇଛି ବୋଲି କହିବା ଠିକ୍ ହେବ।
-ଶେଖ୍ ୟାକୁବ, ପୁରୀ
ଅଧିନାୟକତ୍ବ ଏକ ବିରାଟ ବୋଝ ସଦୃଶ। ଫଳରେ ସେ ଅତ୍ୟନ୍ତ ଚାପଗ୍ରସ୍ତ ରହୁଥିଲେ। ସେହି କାରଣରୁ ତାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଏବେ ସେ ଭଲ ଖେଳି ଦଳ ପାଇଁ ଗୌରବ ଆଣିବେ।
-ଶ୍ରୀଧର ବଳିଆରସିଂହ, ବରମୁଣ୍ଡା
ବିରାଟଙ୍କ ବଦଳରେ ରୋହିତଙ୍କୁ ନୂଆ ଅଧିନାୟକ ଘୋଷଣାର ନିଷ୍ପତ୍ତିକୁ ତଡ଼ିବା ଅର୍ଥରେ କହିବା ଠିକ୍ ହେବନାହିଁ। କାରଣ ବିରାଟ ପୂର୍ବଭଳି ଟେଷ୍ଟ ଟିମର ଅଧିନାୟକତ୍ୱ ପଦ ବଜାୟ ରଖିଛନ୍ତି।
-ଅଶୋକ କୁମାର ଆଢ଼୍ୟ, ପୁରୀ
କୋହଲିଙ୍କୁ ଦିନିକିଆ ଅଧିନାୟକତ୍ବରୁ ତଡିବା ଉଚିତ୍ ମନେ ହେଉନି। ତାଙ୍କ ଭଳି ଜଣେ ମହାନ ଖେଳାଳିଙ୍କ ପ୍ରତି ଏପରି ଅରୁଚିକର ଶବ୍ଦ ପ୍ରୟୋଗ ସମୀଚୀନ ହେଲାନାହିଁ। ବରଂ ତାଙ୍କର କାର୍ଯ୍ୟଭାର ବଢିଯାଇଥିବା ହେତୁ ତାଙ୍କୁ ଦିନିକିଆ ଖେଳରୁ ବିଶ୍ରାମ ଦିଆଯାଇଛି ବୋଲି କହିଥିଲେ ଭଲ ହୋଇଥାନ୍ତା।
-ଦିବ୍ୟଲୋଚନ ଭାରିମଲ୍ଲ, ଖୋର୍ଦ୍ଧା
-ଛାୟାକାନ୍ତ ନାୟକ, ବାଲିଘାଟ, ପୁରୀ
କୋହଲିଙ୍କୁ ଦିନିକିଆରେ ନ ଖେଳେଇ ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ କିମ୍ବା ଭେଙ୍କେଟେସ୍ ଆୟାରଙ୍କୁ ଖେଳାଇବା ଆବଶ୍ୟକ। ବିସିସିଆଇ ଯାହା କରିଛି ଠିକ୍।
-କାର୍ତ୍ତିକଚନ୍ଦ୍ର ସାହୁ, ଜଗସିଂହପୁର
-ଦେବେନ୍ଦ୍ର ନାଥ ରାଉତ, ଜଗସିଂହପୁର