କ୍ରିକେଟ୍ରେ ଦିନିକିଆ ଓ ଟି-୨୦ ଅପେକ୍ଷା ଟେଷ୍ଟ ମ୍ୟାଚ୍ ପୂରାପୂରି ଭିନ୍ନ। ତେଣୁ ଏଠି ଅଭିଜ୍ଞ ଖେଳାଳିଙ୍କୁ ପ୍ରାଥମିକତା ଦିଆଯାଇଥାଏ। କିନ୍ତୁ ଯଦି ଅଭିଜ୍ଞ ଖେଳାଳିଟିଏ ବାରମ୍ବାର ଖରାପ ପ୍ରଦର୍ଶନ କରୁଛି, ସେଠାରେ ଚୟନକର୍ତ୍ତାମାନେ ଅନ୍ୟ ବିକଳ୍ପ ପ୍ରତି ଦୃଷ୍ଟି ଦେବା ଉଚିତ। ଏହା ଉଭୟ ଦଳ ଓ ଦେଶ ପାଇଁ ଭଲ। ବର୍ତ୍ତମାନ ଭାରତୀୟ ଟେଷ୍ଟ ଦଳର ଟପ-ଅର୍ଡର୍ ବ୍ୟାଟର୍ଙ୍କ ଯେଉଁ ଅବସ୍ଥା, ସେଥିରେ ନିହାତି ପରିବର୍ତ୍ତନ ଆବଶ୍ୟକ। ଏହାଦ୍ବାରା ନୂଆ ପିଲାଙ୍କୁ ମୌକା ମିଳିବ ଓ ଭାରତ ମଧ୍ୟ କିଛି ନୂଆ ଟେଷ୍ଟ ଖେଳାଳି ପାଇପାରିବ। ଚଳିତଥରର ସମ୍ବାଦ ଫୋନ୍-ଇନ୍-ପ୍ଲିଜ୍ର ବିଷୟବସ୍ତୁ ‘ଭାରତୀୟ ଟେଷ୍ଟ ଏକାଦଶର ଉଚ୍ଚକ୍ରମ ବ୍ୟାଟିଂରେ ଆମୂଳଚୂଳ ପରିବର୍ତ୍ତନ ଲୋଡ଼ା’ରେ ଭାଗ ନେଇଥିବା ଅଧିକାଂଶ ପାଠକ ଏପରି ମତାମତ ଦେଇଛନ୍ତି।
ଭାରତୀୟ ଟେଷ୍ଟ କ୍ରିକେଟ୍ ଦଳର ଉଚ୍ଚ କ୍ରମରେ ବର୍ତ୍ତମାନ ଦକ୍ଷତା ଥିବା ବ୍ୟାଟର୍ଙ୍କ ଆବଶ୍ୟକତା ରହିଛି। କେବଳ ଅଭିଜ୍ଞ ଖେଳାଳିଙ୍କ ଉପରେ ନିର୍ଭର କଲେ ହେବ ନାହିଁ। କାରଣ ଏବେ ସେମାନଙ୍କ ମଧ୍ୟରୁ କେହି ଜଣେ ଭରସାଯୋଗ୍ୟ ପାଳି ଖେଳୁନାହାନ୍ତି ଓ ଏଥିଯୋଗୁଁ ପୂରା ଦଳ ଉପରେ ଚାପ ସୃଷ୍ଟି ହେଉଛି। ଚୟନକର୍ତ୍ତାମାନେ ଏଥିପ୍ରତି ଧ୍ୟାନ ଦେବା ଉଚିତ।
-ଶ୍ରୀଧର ବଳିଆରସିଂହ, ରୁଚିକା ବଜାର, ବରମୁଣ୍ଡା
କେ.ଏଲ୍ ରାହୁଲଙ୍କୁ ୱିକେଟ୍ ରକ୍ଷକ ଭାବେ ଟିମ୍ରେ ଲଗାତାର ଭାବେ ସୁଯୋଗ ମିଳିବା କଥା। କିଛି ଭଲ ଖେଳାଳି ଏବେ ପ୍ରଦର୍ଶନ କରିପାରୁ ନାହାନ୍ତି। ରାହୁଲଙ୍କ ପାଖରେ ଦକ୍ଷତା ଅଛି, ଲଗାତାର ସୁଯୋଗ ମିଳିଲେ ନିଶ୍ଚିତ ଭାବେ ସେ ଟେଷ୍ଟ ଦଳରେ ଜଣେ ଭଲ କିପର୍-ବ୍ୟାଟର୍ ଭାବେ ନିଜକୁ ପ୍ରମାଣିତ କରିପାରିବେ।
-ଚନ୍ଦ୍ରମୋହନ, ଭୁବନେଶ୍ବର
ଏକାଦଶ ଟେଷ୍ଟରେ ଉଚ୍ଚତମ ବ୍ୟାଟିଂରେ ଆମୂଳଚୂଳ ପରିବର୍ତ୍ତନ ଆବଶ୍ୟକ। ବିଶେଷକରି ରଣ୍ଜୀ ଓ ଦିଲ୍ଲୀପ ଟ୍ରଫିରେ ଭଲ ଖେଳାଳିଙ୍କୁ ସୁଯୋଗ ମିଳିବା ଆବଶ୍ୟକ।
-ନଗେନ୍ଦ୍ରନାଥ ମିଶ୍ର, ସାମନ୍ତରାପୁର
ବର୍ତ୍ତମାନ ଟିମ୍ରେ କୌଣସି ପରିବର୍ତ୍ତନ ଆବଶ୍ୟକ ନାହିଁ। ଧୀରେ ଧୀରେ ପରିବର୍ତ୍ତନ କରାଯାଇପାରେ। ଅଯଥାରେ ପରୀକ୍ଷାନିରୀକ୍ଷା ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ।
-ଶ୍ୟାମଳେନ୍ଦୁ ମହାନ୍ତି, ଜଗତସିଂହପୁର
ପୂଜାରାଙ୍କୁ ତୁରନ୍ତ ବଦଳାଯିବା ଆବଶ୍ୟକ। କାରଣ ଦଳ ତାଙ୍କଠାରୁ ଯେତିକି ଓ ଯାହା ଆଶା କରୁଛି, ସେଥିରେ ସେ ସଫଳ ହୋଇପାରୁନାହାନ୍ତି। ତାଙ୍କ ବଦଳରେ ନୂଆ ଖେଳାଳିଙ୍କୁ ସୁଯୋଗ ମିଳିଲେ ଭଲ ହେବ।
-ସୁଶୀଲ କୁମାର ସାହୁ, ବାଲିପାଟଣା
ଟେଷ୍ଟରେ ଭାରତୀୟ ଦଳର ପ୍ରଦର୍ଶନ ଭଲ ଅଛି। ତେଣୁ କୌଣସି ପରିବର୍ତ୍ତନର ଆବଶ୍ୟକତା ହିଁ ନାହିଁ। ପିଚ୍ ଖରାପ ଯୋଗୁଁ ଗୋଟିଏ ଦୁଇଟି ମ୍ୟାଚ୍ରେ ଭାରତର ପ୍ରଦର୍ଶନ ଖରାପ ହୋଇଛି। ନଚେତ୍ ବର୍ତ୍ତମାନ ଖେଳୁଥିବା ଦଳ ହିଁ ଭାରତ ପାଇଁ ବିଜୟ ଆଣିବ। ଭାରତୀୟ ଦଳକୁ ଆଉ ଟିକିଏ ଅଧିକ ଅଭ୍ୟାସର ଆବଶ୍ୟକତା ଅଛି।
-ଦେବାଶିଷ ସାହୁ, ଏକାମ୍ର କଲେଜ୍
ଭାରତୀୟ ଟେଷ୍ଟ ଏକାଦଶର ଉଚ୍ଚକ୍ରମ ବ୍ୟାଟିଂରେ ଆମୂଳଚୂଳ ପରିବର୍ତ୍ତନ ହେବା ଆବଶ୍ୟକ। ଏହାଦ୍ବାରା ନୂଆ ପ୍ରତିଭାଙ୍କୁ ସୁଯୋଗ ମିଳିପାରିବ।
-ନୀଳମଣି ମିଶ୍ର, ସୁନ୍ଦରପଦା
-ମୁନା ପ୍ରଧାନ, ନୟାଗଡ଼
ଆମୂଳଚୂଳ ପରିବର୍ତ୍ତନ ଆବଶ୍ୟକ। ଏହାଦ୍ବାରା ଦଳରେ ରାଜନୈତିକ ହସ୍ତକ୍ଷେପ କମିବା ସହ ନୂତନ ଖେଳାଳିଙ୍କୁ ସୁଯୋଗ ମିଳିବ।
-ନିହାର ରଞ୍ଜନ ମହାପାତ୍ର, ଡୁମୁଡୁମା