ବାୟୋମେଟ୍ରିକ୍ ଉପସ୍ଥାନର ବ୍ୟାପକ ବ୍ୟବହାର ହିଁ ଆମ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଧାରି ପାରିବ। ଶିକ୍ଷକ/ଶିକ୍ଷୟିତ୍ରୀ ଠିକ୍‌ ସମୟରେ ସ୍କୁଲ ଆସିବେ। ଡାକ୍ତରମାନେ ବି ଆଉ ଘଣ୍ଟା ଘଣ୍ଟା ନିଜ କ୍ଲିନିକ୍‌ରେ ବିତାଇ ପାରିବେ ନାହିଁ। ଚଳିତଥରର ‘ସମ୍ବାଦ’ ଫୋନ୍‌-ଇନ୍‌-ପ୍ଲିଜ୍‌ରେ ଭାଗ ନେଇଥିବା ଅଧିକାଂଶ ପାଠକ ଏପରି ମତାମତ ଦେଇଛନ୍ତି।

Advertisment

ବାୟୋମେଟ୍ରିକ୍‌ ଉପସ୍ଥାନ ବାଧ୍ୟତାମୂଳକ ହେଲେ ଏହି ଦୁଇ ଅତ୍ୟାବଶ୍ୟକ ଓ ଜରୁରୀ ବ୍ୟବସ୍ଥାରେ ବହୁତ କିଛି ସୁଧାର ଆସପାରିବ। ଶିକ୍ଷକ/ଶିକ୍ଷୟିତ୍ରୀ ଠିକ୍‌ ସମୟରେ ସ୍କୁଲ ଆସିବେ। ହସ୍ପିଟାଲକୁ ମଧ୍ୟ ଡାକ୍ତର ଠିକ୍‌ ସମୟରେ ଆସିବେ। ବେଆଇନ ଭାବେ କ୍ଲିନିକ୍‌ରେ ଆଉ ଘଣ୍ଟା ଘଣ୍ଟା ସମୟ ବିତାଇ ପାରିବେ ନାହିଁ।
-କମଳାକାନ୍ତ ସେନାପତି, ନାଗେଶ୍ୱରଟାଙ୍ଗି

ଶିକ୍ଷା ଓ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥାରେ ବାୟୋମେଟ୍ରିକ୍‌ ଉପସ୍ଥାନର ବ୍ୟାପକ ବ୍ୟବହାର ହେବା ଉଚିତ। ଏହି ଦୁଇ ବ୍ୟବସ୍ଥାରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କ ପାଇଁ ଉପସ୍ଥାନ ବାଧ୍ୟତାମୂଳକ କରାଯିବା ଉଚିତ।
-ଦିନନାଥ ଦାସ, ଲକ୍ଷ୍ମୀସାଗର

ଖାଲି ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ କାହିଁକି, ସବୁ କ୍ଷେତ୍ରରେ ବାୟୋମେଟ୍ରିକ୍‌ ଉପସ୍ଥାନକୁ ବାଧ୍ୟତାମୂଳକ କରାଯିବା ଉଚିତ। ସବୁ ସରକାରୀ ଅଫିସ୍‌ରେ ଉପସ୍ଥାପନ ସିସିଟିଭି ଜରିଆରେ ମଧ୍ୟ ମନିଟର୍‌ ହେବା ଆବଶ୍ୟକ। ଏମିତି ହେଲେ ଆଉ କେହି ଠକି ପାରିବେ ନାହିଁ। ଅଧିକାରୀଙ୍କ ଠକିବା ମନୋବୃତ୍ତି ମଧ୍ୟ ବଦଳିଯିବ।
-ନୀଳମଣି ମିଶ୍ର, ସୁନ୍ଦରପଦା
-ସନ୍ତୋଷ ଦାସ, ଶୈଳଶ୍ରୀବିହାର

ଶିକ୍ଷା ଓ ସ୍ବାସ୍ଥ୍ୟ, ଦୁଇଟି ଯାକ କ୍ଷେତ୍ର ଆମ ସମାଜରେ ସର୍ବାଧିକ ଗୁରୁତ୍ବ ବହନ କରେ। ତେଣୁ ଏ ଦୁଇ କ୍ଷେତ୍ର ସହ ସଂଶ୍ଲିଷ୍ଟ ପ୍ରତ୍ୟେକଟି ବ୍ୟକ୍ତି ସଚ୍ଚୋଟ, ନିଷ୍ଠାପର, ଦାୟିତ୍ବବାନ୍‌ ଓ ସମୟାନୁବର୍ତ୍ତୀ ହେବା ଉଚିତ। ଏଥିପାଇଁ ବାୟୋମେଟ୍ରିକ୍‌ ଉପସ୍ଥାନ ବ୍ୟବସ୍ଥାର ନିହାତି ଆବଶ୍ୟକତା ରହିଛି। ବାୟୋମେଟ୍ରିକ୍ ଦ୍ୱାରା ବିଭାଗୀୟ କର୍ମଚାରୀ ଅଧିକ ତତ୍ପର ରହିବେ ଓ ସେମାନଙ୍କ ମଧ୍ୟରେ ଠକିବା ମନୋବୃତ୍ତି ମଧ୍ୟ ରହିବ ନାହିଁ।
-ଦେବାଶିଷ ସାହୁ, ଏକାମ୍ର କଲେଜ

ବାୟୋମେଟ୍ରିକ ଉପସ୍ଥାନର ବ୍ୟାପକ ବ୍ୟବହାର ଦ୍ୱାରା ଶିକ୍ଷା ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ଅଭିନବ ପରିବର୍ତ୍ତନ ଦେଖାଯିବ।
-ସୁଧାକର ଦାସ, ପି.ଏନ୍‌ କଲେଜ, ଖୋର୍ଦ୍ଧା

ଜଣେ ଶିକ୍ଷକ ଯଦି ନିଜ କର୍ତ୍ତବ୍ୟ ପ୍ରତି ସଚେତନ ନୁହଁନ୍ତି, ସେଠି ବାୟୋମେଟ୍ରିକ୍ ମେସିନ୍‌ କିଛି କରିପାରିବ ନାହିଁ। ତାଙ୍କର ଠକିବା ମନୋବୃତ୍ତି ଥିଲେ ସେ ଯେକୌଣସି ଉପାୟରେ ବି ଠକିବେ। ତେଣୁ ଡାକ୍ତର ଓ ଶିକ୍ଷକଙ୍କ ମନୋଭାବରେ ପରିବର୍ତ୍ତନ ଆସିବା ଉଚିତ।
-ବ୍ରଜରାଜ ରଥ, ଡେଲ୍‌ଟା ଛକ
-କେଦାର ସାହୁ, ଲିଙ୍ଗିପୁର

ଆମର ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଧାରିବାକୁ ହେଲେ ସବୁ ସରକାରୀ ସ୍କୁଲ ଓ ହସ୍ପିଟାଲରେ ବାୟୋମେଟ୍ରିକ୍‌ ଉପସ୍ଥାନ ଲଗାଯିବା ନିତା‌ନ୍ତ ଆବଶ୍ୟକ।
-ନଗେନ୍ଦ୍ର ନାଥ ମିଶ୍ର, ସାମନ୍ତରାପୁର

କେବଳ ବାୟୋମେଟ୍ରିକ୍ ମେସିନ୍‌ ଲଗାଇଦେଲେ ସବୁ ସମସ୍ୟାର ସମାଧାନ ହୋଇଯିବ ନାହିଁ।
-ସୂର୍ଯ୍ୟ ମହାନ୍ତି, ପଟିଆ
-ରମେଶ ଚନ୍ଦ୍ର ମହାପାତ୍ର, ଡୁମୁଡୁମା