ଫୋନ୍‌-ଇନ୍‌-ପ୍ଲିଜ୍‌: ମୂଳରୁ ଦରମା ହିଁ ପାଇବା କଥା ନୁହେଁ

ମନ୍ତ୍ରୀ, ବିଧାୟକମାନେ ଜନତାଙ୍କ ସେବା ପାଇଁ ସ୍ବେଚ୍ଛାକୃତ ଭାବେ ରାଜନୀତିକୁ ଆସିଛନ୍ତି। ସେମାନେ ଓପିଏସ୍‌ସିର କୋଉ ଜଟିଳ ପରୀକ୍ଷା ଦେଇ ବିଧାନସଭାରେ ବସି ନାହାନ୍ତି। ସେମାନଙ୍କୁ ମୂଳରୁ ଦରମା ହିଁ ମିଳିବା ଅନୁଚିତ। ଏବେ ସେମାନଙ୍କୁ ଯେତିକି ଦରମା ମିଳୁଛି, ସେତିକିରେ ସେମାନେ ଖୁସି ଓ ସନ୍ତୁଷ୍ଟ ରହିବା ଉଚିତ। କାରଣ ସେମାନେ ଅନ୍ୟାନ୍ୟ ସୁବିଧା, ସହାୟତା ଯେତିକି ପାଉଛନ୍ତି, ତାହା ସେମାନଙ୍କ ମାସିକ ଦରମାଠାରୁ ଢେର୍‌ ଗୁଣରେ ଅଧିକ। ‘ସମ୍ବାଦ’ ଫୋନ୍‌-ଇନ୍‌-ପ୍ଲିଜ୍‌ର ଚଳିତଥରର ପ୍ରସଙ୍ଗ ‘ବିଧାୟକଙ୍କ ଦରମା ବୃଦ୍ଧି ପ୍ରସ୍ତାବ ଯୁକ୍ତିଯୁକ୍ତ’ରେ ଭାଗ ନେଇଥିବା ଅଧିକାଂଶ ପାଠକ ଏପରି ମତ ଦେଇଛନ୍ତି।

ବିଧାୟକଙ୍କ ଦରମା ବୃଦ୍ଧି ଯୁକ୍ତିଯୁକ୍ତ ନୁହେଁ। ବିଧାୟକଙ୍କୁ ଅନ୍ୟାନ୍ୟ ସମସ୍ତ ଆନୁଷଙ୍ଗିକ ସହାୟତା ମିଳୁଛି। ଶିକ୍ଷକ, ଅଙ୍ଗନବାଡ଼ି କର୍ମୀ ସମେତ ଅନ୍ୟ କର୍ମଚାରୀଙ୍କ ଦରମା ବୃଦ୍ଧି ଅଧିକ ଜରୁରୀ।
-ନୀଳମଣି ମିଶ୍ର, ସୁନ୍ଦରପଦା,
-ଆନନ୍ଦ ଚନ୍ଦ୍ର ପ୍ରଧାନ,କେଶୁରା

ବିଧାୟକ ସେବା ପାଇଁ ଆସିଛନ୍ତି। ସେମାନେ ଦରମା ପାଇବା ପାଇଁ ଯୋଗ୍ୟ ନୁହେଁ। ବିନା ଦରମାରେ ସେମାନେ କାମ କରିବା ଆବଶ୍ୟକ।
-ସନ୍ତୋଷ ଦାଶ, ଶୈଳଶ୍ରୀବିହାର
-ସୁଦର୍ଶନ ସାହୁ, ଏକତାନଗର

ବିଧାୟକମାନେ କୋଟିପତି। ସେମାନଙ୍କ ଦରମା ବଢ଼ିବା ଉଚିତ ନୁହେଁ।
-ପ୍ରାଣବନ୍ଧୁ ଆଚାର୍ଯ୍ୟ, ବାଲେଶ୍ବର

ନେତାମାନେ ଯଦି ଦରମା ନେବେ, ତାଙ୍କୁ ଏତେ ସ୍ଥାନରେ ରିହାତି କାହିଁକି?
-ବ୍ରଜକିଶୋର ସାହୁ, ପୁରୀ

ବିଧାୟକମାନେ ଏ ଦରମା ବୃଦ୍ଧି ଦାବି ବନ୍ଦ ନ କଲେ, ଆମେ ବରିଷ୍ଠ ନାଗରିକମାନେ ଆନ୍ଦୋଳନ କରିବୁ।
-ନଗେନ୍ଦ୍ର ନାଥ ମିଶ୍ର, ସାମନ୍ତରାପୁର

ଦରମା ବଢ଼ିବା ଆବଶ୍ୟକ କ’ଣ? ସେମାନେ ସେବା ପାଇଁ ଆସିଛନ୍ତି। ଯଦି ପରୀକ୍ଷା ଦେଇ ପାସ ହୋଇଥାନ୍ତେ ତେବେ ଦରମା ମିଳିଥାନ୍ତା।
-ସଞ୍ଜୟ କୁମାର ଷଡ଼ଙ୍ଗୀ, ଖଣ୍ଡପଡ଼ା

୩ବର୍ଷ ତଳେ ସେମାନଙ୍କ ଦରମା ବଢ଼ା ଯାଇଥିଲା। ଥରେ ବିଧାୟକ ହେଲେ ମରିବା ଯାଏଁ ସ୍ବାସ୍ଥ୍ୟ ସେବା ମାଗଣା, ଭତ୍ତା ଟଙ୍କା ପାଇବେ। ତାଙ୍କର ପୁଣି ଦରମା ବଢ଼ାଇବା ଅପାତ୍ରରେ ଦାନ ସଦୃଶ।
-ଅମ୍ବିକା ସାହୁ, ଗୌତମ ନଗର
-ଲକ୍ଷ୍ମୀଧର ବେହେରା, ଭୁବନେଶ୍ବର
-ବେଣୁଧର ଘଡେ଼ଇ, ଭିଏସଏସନଗର

ବିଧାୟକଙ୍କ ଦରମା ବୃଦ୍ଧି ଦାବି ଯୁକ୍ତିଯୁକ୍ତ। ବଜାର ଦରଦାମ ଆକାଶଛୁଆଁ। ଏଭଳି ସ୍ଥଳରେ ଦରମା ବଢ଼ିଲେ ଆପତ୍ତି ନାହିଁ।
-ଡାକ୍ତର ଦିନାନାଥ ଦାସ, ଲକ୍ଷ୍ମୀସାଗର

ଯଦି ବିଧାୟକ ସଚ୍ଚୋଟତା ସହିତ କାମ କରନ୍ତି, ତେବେ ଦରମା ବଢ଼ାଗଲେ ଅସୁବିଧା ନାହିଁ
-କୈଳାସ ଚନ୍ଦ୍ର ଗୋଚ୍ଛି, ଚନ୍ଦ୍ରଶେଖରପୁର

ଦରମା ବଢ଼ିବ କି ନାହିଁ, ପେ’ କମିସନ୍‌ ନିର୍ଣ୍ଣୟ ନେବା କଥା। ନିଜେ ନିଜ ଦରମା ଠିକ୍ କରିବା ଗ୍ରହଣୀୟ ନୁହେଁ।
-ଗୋବିନ୍ଦ ଚନ୍ଦ୍ର ସାହୁ, ସତ୍ୟବିହାର
-ବୃନ୍ଦାବନ ପ୍ରଧାନ, ଲକ୍ଷ୍ମୀସାଗର
-ସୁରେନ୍ଦ୍ର କୁମାର ନାୟକ, ନିଆଳି
-ମାନସ ବିଶ୍ୱାଳ, ରାଜସୁନାଖଳା

ବିଧାୟକ, ମନ୍ତ୍ରୀଙ୍କୁ ସବୁ ସୁବିଧା ମିଳିବା ପରେ ଦରମା ବଢ଼ିବା ଠିକ୍ ନୁହେଁ।
-ନବୀନ କୁମାର ପରିଡ଼ା, ଜିଜିପି କଲୋନି
-ପୃଥ୍ୱୀରାଜ ପ୍ରତିହାରୀ, ବରଗଡ଼

ବିଧାୟକଙ୍କ ଦରମା ବୃଦ୍ଧି ଜନତାଙ୍କ ନିଷ୍ପତ୍ତି ଉପରେ ନିର୍ଭର କରିବା ଉଚିତ।
-ବ୍ରଜରାଜ ରଥ, ଡେଲ୍ଟା ଛକ

ଦରଦାମ ବୃଦ୍ଧି ସମୟରେ ଦରମା ବୃଦ୍ଧି ନିହାତି ଜରୁରୀ।
-ଶ୍ରୀବତ୍ସ ମହାନ୍ତି, ଯାଆଁଳା
-ରବୀନ୍ଦ୍ର ଦାସ, ଲୁଇସ୍ ରୋଡ
-ଦେବାଶିଷ ପଣ୍ଡା, ମୈତ୍ରୀବିହାର

ବିଧାୟକ ଦରମା ପାଇବା ପାଇଁ ସମସ୍ତେ ଦାବି କଲେଣି। ଜଣେ ଗରିବ ଲୋକ ୪ଶହ ଟଙ୍କାରୁ କମ୍ ଆୟରେ ପ୍ରତିଦିନ ଚଳୁଥିବା ବେଳେ ବିଧାୟକଙ୍କୁ ଏତେ ଦରମା ଦେବା ଠିକ୍ ନୁହେଁ।
-ପ୍ରତାପ ଚନ୍ଦ୍ର ପ୍ରଧାନ, ୟୁନିଟ- ୨

ଜନତାଙ୍କ ସୁଖ ଦୁଃଖର ସାଥୀ ହିଁ ଜନପ୍ରତିନିଧି। ଲୋକମାନଙ୍କ ଅଭାବ, ଅସୁବିଧା ଦୂର କରିବା ପାଇଁ ସେମାନେ ଚେଷ୍ଟିତ ହେବା ବଦଳରେ ନିଜ ସ୍ୱlର୍ଥ ପାଇଁ ଯେଉଁ ଦରମା ବୃଦ୍ଧି ପ୍ରସଙ୍ଗ ଉଠାଉଛନ୍ତି, ତାହା ଲଜ୍ଜାକର କଥା।
-ସୁଧାକର ଦାସ ପି.ଏନ କଲେଜ, ଖୋର୍ଦ୍ଧା

ବିଧାୟକମାନେ ଯଦି ଦରମା ପାଇବେ। ତେବେ ସେମାନଙ୍କୁ ସରକାରୀ କର୍ମଚାରୀ ଘୋଷଣା କରାଯାଉ।
-ଶ୍ରୀବାସ ମହାନ୍ତି, ରତ୍ନାକରବାଗ

ସମ୍ବନ୍ଧିତ ଖବର