ଭୁବନେଶ୍ୱର : ସ୍ଥାନୀୟ ଜୟଦେବ ଭବନ ପରିସରରେ ‘ଆମେ ପିଲାଏ ସାଥିରେ, ଶିଶୁ ଶ୍ରମ ବିରୋଧରେ...’ ଶୀର୍ଷକ ଏକ ଚିତ୍ରକଳା ପ୍ରଦର୍ଶନୀ ପିପୁଲସ କଲଚରାଲ ସେଣ୍ଟର୍ (ପିକକ) ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଶ୍ରମ ବିଭାଗ ସହଯୋଗରେ ଅନୁଷ୍ଠିତ ଏହି ପ୍ରଦର୍ଶନୀକୁ ଶ୍ରମ ଓ ଇଏସଆଇ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଉମାକାନ୍ତ ତ୍ରିପାଠୀ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଅଭିନେତ୍ରୀ ନିକିତା ମିଶ୍ର, ଶ୍ରମ ନିର୍ଦେଶାଳୟର ସହକାରୀ ଶ୍ରମ ଆଯୁକ୍ତ ଅଜୟ କୁମାର ପଟ୍ଟନାୟକ, ରାଜ୍ୟ ଶ୍ରମ ବିଭାଗର ଡ. ଭକ୍ତବନ୍ଧୁ ଆଚାର୍ଯ୍ୟ, ପିକକ୍ର ଅଧ୍ୟକ୍ଷା ଆଦରମଣି ବରାଳ, ସମ୍ପାଦକ ରଞ୍ଜନ କୁମାର ମହାନ୍ତି, ପିକକର କାର୍ଯ୍ୟନିର୍ବାହୀ ନିର୍ଦେଶିକା ଅନୁରାଧା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ତରୁଣ ଶିଳ୍ପୀମାନେ ତାଙ୍କ ରଙ୍ଗ ତୂଳୀରେ ଶିଶୁଶ୍ରମ ବିଲୋପ ଉଦ୍ଦେଶ୍ୟରେ ଅନେକ ବାର୍ତା ଦେଇଥିଲେ। କାର୍ଯ୍ୟକ୍ରମରେ ବିକେ ଆର୍ଟ ଆଣ୍ଡ କ୍ରାଫ୍ଟ, ଏକାମ୍ର ମହାବିଦ୍ୟାଳୟ, ପ୍ରାଣନାଥ ମହାବିଦ୍ୟାଳୟ, ୟୁନିଟ-୮ ଡିଏଭି ସ୍କୁଲ ଓ ୟୁନିଟ୍-୧ ପୋଖରୀପୁଟ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲର ଚିତ୍ରଶିଳ୍ପୀମାନେ ଯୋଗ ଦେଇ ନିଜର କଳା ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମକୁ ପିକକର ଜ୍ୟୋତିଶଙ୍କର ମହାନ୍ତି, ଜ୍ୟୋତିର୍ମୟୀ ମହାପାତ୍ର, ରତ୍ନା ଦାଶ ପ୍ରମୁଖ ପରିଚାଳନା କରିଥିଲେ।
ଚିତ୍ରରେ ଶିଶୁ ଶ୍ରମବିରୋଧୀ ବାର୍ତା
/sambad/media/post_attachments/wp-content/uploads/2018/05/art-exhibition.jpg)