ପୁଷ୍ପା ପଣ୍ଡାଙ୍କ ଝିଅ ଭାବେ ପରଦାକୁ ଲମ୍ଫ ମାରିଥିବା ଅନୁଭା ଏବେ ନିଜ ପରିଚୟରେ ପରିଚିତ। ମନ ଖୋଲା ହସ, ଫିଟ୍ ଚେହେରା ଏବଂ ଆକର୍ଷଣୀୟ ହେୟାର ଷ୍ଟାଇଲ୍ ତାଙ୍କୁ ଯୁବ ମହଲରେ ଲୋକପ୍ରିୟ କରିଛି। ଅନୁଭା କହନ୍ତି, ମୁଁ କେମିତି ସୁନ୍ଦର ଦିଶିବି, ମୋ କେଶ କେମିତି ମଜବୁତ ହେବ ସେ ସବୁ କଥା ମୋ ଆଈ ଓ ମା’ ଚିନ୍ତା କରନ୍ତି। ତେବେ ପ୍ରତିଦିନ ସକାଳୁ ଜିମ୍ ଯାଏ। ବହୁତ ଓ୍ଵାର୍କ ଆଉଟ୍ କରେ। କାରଣ ଶରୀରରୁ ଯେତେ ପରିମାଣରେ ଝାଳ ବାହାରିବ ମୁହଁ ସେତେ ଉଜ୍ଜ୍ୱଳ ଦିଶିବ। କେଶ କାଟିବା ହଉ କି ଫେସିଆଲ କରିବା ମୋ ମାମାଙ୍କ ପାର୍ଲର ଥିବାରୁ ମତେ ବାହାରକୁ ଯିବାକୁ ପଡ଼େନି। ମୁଣ୍ଡ ସଫା କରିବା ପୂର୍ବରୁ ଜେଜେମା ନଡ଼ିଆ ତେଲ ଲଗାଇ ଭଲ ଭାବେ ମସାଜ କରନ୍ତି। ମୋ ମୁହଁର ସୌନ୍ଦର୍ଯ୍ୟ ପାଇଁ ବେସନ, ହଳଦୀ, ଚନ୍ଦନ ବ୍ୟବହାର କରେ। କମ୍ ପାଣି ପିଉଥିବାରୁ ଏଥର ନୂଆବର୍ଷରୁ ପ୍ରଚୁର ପାଣି ପିଇବାକୁ ଶପଥ ନେଇଛି। ଯଦି ସମସ୍ତେ ମନ ପରିସ୍କାର ରଖିବେ କାହା ଉପରେ ରାଗ ଓ ଈର୍ଷା ନକରିବେ ତାହା ଆପଣଙ୍କୁ ଆହୁରି ସୁନ୍ଦର କରିବ। ଘରୁ ବାହାରିବା ବେଳେ, ମୋ ପର୍ସରେ ସାନିଟାଇଜର, ମୋବାଇଲ, ଚାର୍ଜର, ଘରର ଏକ ଅଲଗା ଚାବି, ଲିପ୍ଷ୍ଟିକ ଓ ଖାଇବା ଜିନିଷ ନେଇଯାଏ। କିଛି ସମୟ ବ୍ୟବଧାନରେ ଅଳ୍ପଅଳ୍ପ ଖାଏ।
ସୁନ୍ଦର ଦିଶିବାକୁ ପ୍ରଚୁର ପାଣି ପିଉଛି: ଅନୁଭା
ଫିଟ୍ନେସ୍ ମନ୍ତ୍ର
/sambad/media/post_attachments/wp-content/uploads/2018/01/anubha.jpg-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)