ବଣିକ୍ ଶିକ୍ଷାନୁଷ୍ଠାନ ସହ ଯୋଗଦାନ କଲା ଫିଜିକ୍ସ ୱାଲା

ଭୁବନେଶ୍ବର: ଓଡ଼ିଶାରେ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧିକୁ ଦୃଷ୍ଟିରେ ରଖି ବଣିକ୍ ଶିକ୍ଷାନୁଷ୍ଠାନ, ଫିଜିକ୍ସ ୱାଲା ସହିତ ମିଶି ଆରମ୍ଭ କରିବାକୁ ଯାଉଛି ଏକ ନୂତନ ଅଭିଯାନ। ଉଭୟ କମ୍ପାନିର ମିଳିତ ସହଯୋଗରେ ଓଡ଼ିଶାରେ ୮ମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏକ ନୂତନ ଧରଣର ଗୁଣାତ୍ମକ ଶିକ୍ଷାଗତ ସେବା ଯୋଗାଇବା ପାଇଁ ଏହିପରି ଏକ ଯୁଗାନ୍ତକାରୀ ପଦକ୍ଷେପ ଆରମ୍ଭ କରିଛି ବଣିକ୍। ଏହି ସେବା ବର୍ତ୍ତମାନ ରାଜ୍ୟର ପ୍ରମୁଖ ୫ଟି ସହର ଯଥା କଟକ, ବାଲେଶ୍ୱର, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲାରେ ଆରମ୍ଭ କରାଯିବ।

ଏଥିରେ ଦ୍ବୈତ ଶିକ୍ଷକ ପ୍ରଣାଳୀ ବ୍ୟବହାର କରି ଗୁଣାତ୍ମକ କାର୍ଯ୍ୟକ୍ରମ ଯୋଗାଇ ଦିଆଯିବ। ଯାହାକି କୋଟା ଏବଂ ଦିଲ୍ଲୀରୁ ବଛା ବଛା ଜାତୀୟସ୍ତରର ଶିକ୍ଷକମାନେ ହାଇବ୍ରିଡ ମଡ୍ୟୁଲ ମାଧ୍ୟମରେ ଶିକ୍ଷାଦାନ ପ୍ରଦାନ କରିବେ। ଏଥିରେ ଯୋଗଦାନ ନିମନ୍ତେ ଆସନ୍ତା ୨୦ ନଭେମ୍ବର ଏବଂ ୪ ଡିସେମ୍ବର ୨୦୨୨ରେ ବଣିକ୍ ଶିକ୍ଷାନୁଷ୍ଠାନ ପକ୍ଷରୁ ଫିଜିକ୍ସ ୱାଲା ଜାତୀୟ ସ୍କଲାରସିପ ପ୍ରବେଶିକା ପରୀକ୍ଷାର (PWNSAT) ଅୟୋଜନ କରାଯିବ। ଉକ୍ତ ପରୀକ୍ଷାର ଟପ୍ପର ଏବଂ ମେରିଟ୍ ଲିଷ୍ଟ ଅନ୍ତର୍ଗତ ଛାତ୍ରଛାତ୍ରୀଙ୍କୁ ୧୦୦% ମାଗଣା ବୃତ୍ତି ମଧ୍ୟ ପ୍ରଦାନ କରାଯିବ। ମୁଖ୍ୟ ମେଣ୍ଟର ପ୍ରଭାତ କୁମାର ଛାଟୋଇ, ସିଏମଡି ସୁବ୍ରତ କୁମାର ଛାଟୋଇ ଏବଂ ସିଇଓ ଅସିତ୍ ବାରାନଙ୍କ ନେତୃତ୍ୱରେ ଓଡ଼ିଶାର ଜଣାଶୁଣା ଶିକ୍ଷାନୁଷ୍ଠାନ ବଣିକ୍, ଫିଜିକ୍ସ ୱାଲା ସହିତ ମିଶି ଏହି ପଦକ୍ଷେପର ସଫଳ ରୂପାୟନ ଦିଗରେ କାର୍ଯ୍ୟ ସମ୍ପାଦନ କରିବାକୁ ପ୍ରତିଶ୍ରୁତିବଦ୍ଧ।

ସମ୍ବନ୍ଧିତ ଖବର