ଜଳିଗଲା ପିକ୍‌ଅପ୍ ଭ୍ୟାନ୍

ଭୁବନେଶ୍ବର : ଗୁରୁବାର ଜୟଦେବବିହାର ଛକରେ ଏକ ପିକ୍ଅପ୍‌ ଭ୍ୟାନ୍‌ ଜଳି ଯାଇଥିଲା। ଭ୍ୟାନ୍‌‌ରେ ଥିବା ଲକ୍ଷାଧିକ ଟଙ୍କା ମୂଲ୍ୟର କୋରିୟର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିଲେ ବି କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ ବି ଗାଡ଼ିଟି ପୂରା କ୍ଷତିଗ୍ରସ୍ତ ହୋଇଯାଇଛି। ଗୁରୁବାର ମଧ୍ୟାହ୍ନରେ କୋରିୟର ସାମଗ୍ରୀ ନେଇଯାଉଥିବା ପିକ୍‌ଅପ୍‌ ଭ୍ୟାନ୍ (ଓଡି-୦୫-ଏସି-୪୮୯୫) ପଟିଆରୁ ନୂଆପଲ୍ଲୀ ଅଭିମୁଖେ ଯାଉଥିଲା। ଗାଡ଼ିଟି ଜୟଦେବବିହାର ଛକରେ ପହଞ୍ଚିଥିବା ବେଳେ ଇଞ୍ଜିନରୁ ଧୂଆଁ ବାହାରିବା ଦେଖି ଡ୍ରାଇଭର ଗାଡ଼ିରୁ ବାହାରି ଆସିଥିଲେ। ଆଖି ପିଛୁଳାକେ ପିକ୍‌ଅପ୍ ଭ୍ୟାନ୍‌ଟି ହୁତୁହୁତୁ ହୋଇ ଜଳିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ସେଠାରେ ପହଞ୍ଚିବା ବେଳକୁ ଭ୍ୟାନ୍‌ଟିକୁ ନିଆଁ ପୂରା ଘେରି ସାରିଥିଲା। ଫଳରେ ଗାଡ଼ିର ଇଞ୍ଜିନ୍ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା ଓ ସେଥିରେ ଥିବା କୋରିୟର ସାମଗ୍ରୀ ପାଉଁଶ ହୋଇ ସାରିଥିଲା।

ସମ୍ବନ୍ଧିତ ଖବର