ମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା ଦେଲେ ପିହୁର ମା’

ଭୁବ‌ନେଶ୍ବର: ୩ବର୍ଷ ହେବ ନିଖୋଜ ଶିଶୁକନ୍ୟା ପିହୁର ଫେରିବା ବାଟକୁ ଏବେ ବି ଚାହିଁ ରହିଛନ୍ତି ମା’ ମୋନାଲିସା ନାୟକ। କିନ୍ତୁ ତାଙ୍କ ଝିଅକୁ ଖୋଜି ଆଣିବାରେ ପୁଲିସ୍‌ କିମ୍ବା ପ୍ରଶାସନ କେହି ସାହାଯ୍ୟ କରୁନାହାନ୍ତି। ଏପରି ଅଭିଯୋଗ କରି ‘ନ୍ୟାୟ ପାଇଁ ଲଢ଼େଇ ପରିବାର’ ସଂଗଠନର ଶତାଧିକ ସଦସ୍ୟ ଆଜି ଓଡ଼ିଶାର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସିଥିଲେ। ତେବେ ପୁଲିସ୍‌ ବିକ୍ଷୋଭକାରୀମାନଙ୍କୁ ବୁଝାସୁଝା କରି ଘଟଣାସ୍ଥଳରୁ ଉଠାଇଥିଲା।

ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅଧୀନ ମଧୁସୂଦନପୁର ଗ୍ରାମର ଶିଶୁକନ୍ୟା ପିହୁ ୨୦୨୦ ମସିହାରୁ ନିଖୋଜ ଅଛି। ଗାଁ ଦାଣ୍ଡରେ ଖେଳୁଥିବା ବେଳେ କେହି ଦୁର୍ବୃତ୍ତ ତାକୁ ଅପହରଣ କରିନେଇଥିବା ନେଇ ବିଞ୍ଝାରପୁର ଥାନାରେ ମୋନାଲିସା ଏତଲା ଦେଇଥିଲେ। ନିଖୋଜ ଝିଅକୁ ଫେରାଇ ଆଣିବା ପାଇଁ ସେ ପୁଲିସ୍‌ ଡିଜି, ଶିଶୁ ଆୟୋଗ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମଧ୍ୟ ବାରମ୍ବାର ଅଭିଯୋଗ କରିଛନ୍ତି। କିନ୍ତୁ କେହି ତାଙ୍କ ଗୁହାରି ଶୁଣୁନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର