କଟକ : କିଛି ମାସ ହେବ ଖୋଲିଥିବା କୋଭିଡ୍ କେୟାର ସେଣ୍ଟର/ହୋମ୍ସ ଗୁଡିକୁ ରାଜ୍ୟ ସରକାର ବନ୍ଦ କରିବାକୁ ଗ୍ରହଣ କରିଥିବା ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ତାଲିମପ୍ରାପ୍ତ ଅଣନିଯୁକ୍ତି ଯୁବମଙ୍ଗଳ ନ୍ୟାସର ସଭାପତି ପାର୍ଥ ସାରଥୀ ଜେନାଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ, କରୋନା ସଂକ୍ରମଣ ବଢ଼ିବା ପରେ ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ କୋଭିଡ୍ କେୟାର ସେଣ୍ଟର, ଟିଏମସି ଓ ସିସିଏଚ ଖୋଲିଥିଲେ। ଏହିସବୁ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ପ୍ରଦାନ ପାଇଁ ତାଲିମପ୍ରାପ୍ତ ନର୍ସ, ଫାର୍ମାସିଷ୍ଟ ଓ ଅନ୍ୟ ପାରାମେଡିକାଲ କର୍ମଚାରୀଙ୍କୁ ନିୟୋଜିତ କରିଥିଲେ। ଏଥିସହିତ ୬୭୯୮ ଗ୍ରାମପଞ୍ଚାୟତରେ ଥିବା କୋଭିଡ୍ କେୟାର ସେଣ୍ଟର ପାଇଁ ସରକାର ୭ ହଜାର ପାରାମେଡିକାଲ ଷ୍ଟାଫଙ୍କୁ ନିୟୋଜିତ କରିଥିଲେ। ଏବେ ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଚିନ୍ତାଜନକ ହୋଇଥିବାବେଳେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। କିନ୍ତୁ ଏଭଳି ସ୍ଥିତିରେ ସରକାର କୋଭିଡ୍ କେୟାର ସେଣ୍ଟର, ଟିଏମସି ଓ ସିସିଏଚ ଗୁଡିକୁ ବନ୍ଦ କରିବାକୁ ପଦକ୍ଷେପ ଗ୍ରହଣ ସଂପର୍କିତ ନିର୍ଦ୍ଦେଶନାମା ସେପ୍ଟେମ୍ବର ୧୪ରେ ଜାରି କରିଥିଲେ। ଏହି ନିର୍ଦ୍ଦେଶନାମା ଆଧାରରେ କୋରାପୁଟ ଓ ଅନ୍ୟ କେତେକ ସ୍ଥାନରେ ଏପରି କେନ୍ଦ୍ର ଗୁଡିକ ବନ୍ଦ ହେବା ପ୍ରକ୍ରିୟା ଆରମ୍ଭ ହୋଇଛି। କରୋନା ସଂକ୍ରମଣ ସ୍ଥିତି ଗମ୍ଭୀର ରହିଥିବା ବେଳେ ଏବେ ଗୋଷ୍ଠୀ ସଂକ୍ରମଣ ଚିନ୍ତାର କାରଣ ପାଲଟିଛି। ଏଭଳି ସ୍ଥିତରେ କେଉଁ ଆଧାରରେ ରାଜ୍ୟ ସରକାର କୋଭିଡ୍ କେୟାର ସେଣ୍ଟର, ଟିଏମସି ଓ ସିସିଏଚ ଗୁଡିକ ବନ୍ଦ ପାଇଁ ନିଷ୍ପତ୍ତି ନେଲେ ତାହା ବୁଝି ହେଉନାହିଁ। ଏଥିସହିତ ମାସେ ହେବ ଚାକିରି କରିଥିବା ପରାମେଡିକାଲ କର୍ମଚାରୀଙ୍କୁ ମଧ୍ୟ ଛଟେଇ କରାଯାଉଛି। ଏପରି ନିଷ୍ପତ୍ତି ରଦ୍ଦ କରାଯାଉ ଓ ପରିସ୍ଥିତି ସ୍ବାଭାବିକ ହେବା ପର୍ଯ୍ୟନ୍ତ ଏହି କୋଭିଡ୍ କେୟାର ସେଣ୍ଟର ଗୁଡ଼ିକ ଖୋଲା ରଖିବାକୁ ଅନୁମତି ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କ୍ଷୀରୋଦ କୁମାର ରାଉତ ମାମଲା ପରିଚାଳନା କରୁଥିବା ବେଳେ ସୁରେନ୍ଦ୍ର ରାଉତ, ଜୟନ୍ତୀ ନାୟକ ଓ ଅଜରା ଅଜମଲ ସହାୟତା କରୁଛନ୍ତି।
କୋଭିଡ୍ କେୟାର ସେଣ୍ଟର ବନ୍ଦ ନିଷ୍ପତ୍ତିକୁ ବିରୋଧ, ହାଇକୋର୍ଟରେ ଜନସ୍ବାର୍ଥ ମାମଲା
/sambad/media/post_attachments/wp-content/uploads/2020/03/high-court.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)