ରାଜଧାନୀରେ ‘ପିଣ୍ଡିକି ବାହୁବଳେନ୍ଦ୍ର’ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି

ଭୁବନେଶ୍ୱର : ନିଖିଳ ଓଡ଼ିଶା ପାଇକ ମହାସଂଘର ଏକ ଜରୁରୀ ବୈଠକ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଆବାହକ ଅଶୋକ କୁମାର ପାଲଟାସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପାଇକମାନଙ୍କର ବିଭିନ୍ନ ଦାବି ଉପରେ ଆଲୋଚନା କରାଯାଇଥିଲା। ପାଇକମାନଙ୍କର ଅର୍ଥନୈତିକ ଉନ୍ନତି ଦିଗରେ ରାଜ୍ୟ ଓ କେନ୍ଦ୍ର ସରକାର ଧ୍ୟାନ ଦେବାକୁ ମତ ପ୍ରକାଶ ପାଇଥିଲା। ପାଇକ ଗୁରୁମାନଙ୍କୁ ପାଇକ ଭତ୍ତା ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା। ରାଜଧାନୀରେ ରାଜ୍ୟର ସମସ୍ତ ପାଇ ଆଖଡ଼ାକୁ ନେଇ ଏକ ରାଜ୍ୟସ୍ତରୀୟ ପାଇକ ମହୋତ୍ସବ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା। ସେହିପରି ମହାନ ସ୍ୱାଧୀନତା ସଂଗ୍ରାମ ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ଏକ ପୂର୍ଣ୍ଣ ପ୍ରତିମୂର୍ତ୍ତି ରାଜଧାନୀରେ ସ୍ଥାପନ ପାଇଁ ଦାବି ଉପସ୍ଥାପନ କରାଯାଇଥିଲା। କଳିଙ୍ଗ ଷ୍ଟୁଡିଓ ଛକରେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରିବା ସହିତ ଏହି ଛକକୁ ଏବଂ ଏହି ରାସ୍ତାକୁ ପିଣ୍ଡିକି ବାହୁବଳେନ୍ଦ୍ରଙ୍କ ନାମରେ ନାମିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ବୈଠକରେ ଜିଲ୍ଲା ସଭାପତି ଅଜୟ ନାୟକ, ବାଣପୁର ପାଇକ ସର୍ଦ୍ଦାର ରଞ୍ଜନ ବଳିୟାରସିଂହ, ବାଳକାଟି ପାଇକ ସର୍ଦ୍ଦାର ପ୍ରଭାତ କୁମାର ଜେନା, କାହ୍ନା ରଣଜିତ୍‌, ବଡ଼ମ୍ବା ପାଇକ ସର୍ଦ୍ଦାର ଜିତେନ୍ଦ୍ରିୟ ମାନସିଂହ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଶେଷରେ ଧନ୍ୟବାଦ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର