ଆପୋଲୋ କ୍ୟାନସର ସେଣ୍ଟର ପକ୍ଷରୁ ପିଙ୍କ ୱାକ୍: ପ୍ରତିି ମାସରେ ସ୍ତନ କର୍କଟର ମାଗଣା ପରୀକ୍ଷା

ଭୁବନେଶ୍ବର: ଆପୋ‌ଲୋ ହସ୍ପିଟାଲ ପକ୍ଷରୁ ଓ ଫିକି ଏଫ୍‌ଏଲ୍‌ଓ ଏବଂ ଲାୟନ୍ସ କ୍ଲବର ମିଳିତ ସହଯୋଗରେ ପିଙ୍କ ୱାକ୍ ଆୟୋଜିତ ହୋଇଯାଇଛି। କର୍କଟ ଉପରେ ବିଜୟ ହାସଲ କରିଥିବା ବ୍ୟକ୍ତିମାନଙ୍କର ମନବଳ ବଢ଼ାଇବା ଏବଂ କର୍କଟ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଫିକି ଏଫ୍‌ଏଲ୍‌ଓ ଭୁବନେଶ୍ବରର ଅଧ୍ୟକ୍ଷା ନମିତା ଚହଲ, ଆପୋଲୋ ହସ୍ପିଟାଲର ସିଓଓ ଏବଂ ଡିଏମଏସ୍ ଆଲୋକ ଶ୍ରୀବାସ୍ତବ ଯୋଗଦେଇଥିଲେ। ଆପୋଲୋ କ୍ୟାନସର ସେଣ୍ଟର ପକ୍ଷରୁ ଇଜି ଟେକ୍ ବ୍ରେଷ୍ଟ ନାମକ ଏକ ଅଭିନବ ରକ୍ତ ପରୀକ୍ଷା ଓ ଆବଶ୍ୟକୀୟ ସ୍ବାସ୍ଥ୍ୟସେବା ପ୍ରଦ‌ାନ କରାଯାଉଛି। ଏହାସହ ‌ମହିଳାମାନଙ୍କ ମଧ୍ୟରେ କର୍କଟ ସଚେତନତା ନାମକ ଏକ ସ୍ବତନ୍ତ୍ର ସେବା ପ୍ରଦାନ କରାଯାଉଛି।

ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ରାଜ୍ୟର ସମସ୍ତ ଜିଲ୍ଲାରେ ମହିଳାମାନଙ୍କର ମାଗଣାରେ କର୍କଟ ରୋଗ ଚିହ୍ନଟ କ୍ୟାମ୍ପ କରାଇବା ଏବଂ ଆବଶ୍ୟକସ୍ଥଳେ ଲୋକମାନେ ସେମାନଙ୍କ ନିଜ ଅଞ୍ଚଳରେ ଥିବା ଆପୋଲୋ ହସ୍ପିଟାଲ ଡାକ୍ତରଙ୍କ ପରାମର୍ଶ କରିବ‌ାର ସୁବିଧା ପ୍ରଦାନ କରିବା। ଭୁବନେଶ୍ବର ଆପୋଲୋ କ୍ୟାନ୍‌ସର ସେଣ୍ଟର ପକ୍ଷରୁ ମାସକୁ ଦୁଇ ଦିନ କର୍କଟ ରୋଗୀଙ୍କୁ ଡାକ୍ତରୀ ପରାମର୍ଶ ଓ ମହିଳାମାନଙ୍କଠାରେ ଯେ କୌଣସି ପ୍ରକାର କର୍କଟ ଚିହ୍ନଟ ନିମନ୍ତ‌େ ମାଗଣା ସ୍କ୍ରିନିଂ ବ୍ୟବସ୍ଥା କରଯାଉଛି ବୋଲି ଡାକ୍ତର ଶ୍ରୀବାସ୍ତବ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର