ଭୁବନେଶ୍ୱର : ଏସ୍ଟିଏଫ୍ ସହ ୮ ମାସ କାଳ ଲୁଚକାଳି ଖେଳିବା ପରେ ଧରା ପଡ଼ିଥିବା ରାଜେଶ ବରାଳ ଓରଫ୍ ପିଣ୍ଟାକୁ ରିମାଣ୍ଡରେ ଅଣାଯିବ। ଏ ନେଇ ଖୋର୍ଦ୍ଧା ଏସ୍ଡିଜେଏମ୍ଙ୍କ କୋର୍ଟରେ ଏସ୍ଟିଏଫ୍ ଆବେଦନ କରିଛି। ୫ ଦିନ ପାଇଁ ରିମାଣ୍ଡରେ ଆଣିବାକୁ ଆବେଦନ କରାଯାଇଛି। ବେଆଇନ ଖଣି କାରବାରକୁ ନେଇ ତା’ ପାଖରେ ଥିବା ତଥ୍ୟ ସଂଗ୍ରହ କରାଯିବ। ଗୁରୁବାର ଭୁବନେଶ୍ବରରୁ କୋଲକାତା ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ତାକୁ କମିସନରେଟ୍ ପୁଲିସର ସ୍ପେଶାଲ ସ୍କ୍ବାଡ୍ ଧରିଥିଲା। ପରେ ଏସ୍ଟିଏଫ୍ ଜିମା ଦେଇଥିଲା। ପଚରାଉଚରା ବେଳେ ତା’ ଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି। ବାହାଦଲପୁର ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ରାଜା ସହ ତାର ଘନିଷ୍ଠତା ରହିଥିଲା। ଛୋଟା ଅଧୀନରେ ଏମାନେ ଉଭୟ ବ୍ରାଉନ ସୁଗାର, ବନ୍ଧୁକ ବେପାର ସହ ଖୋର୍ଧା, ବେଗୁନିଆ ଓ ଜଟଣୀ ତହସିଲ୍ ଅଞ୍ଚଳରେ ଚାଲିଥିବା ବେଆଇନ୍ ମାଙ୍କଡ଼ା ପଥର ଖଣି ଓ ମୋରମ ଖାଦାନ କାରବାର ରୢାକେଟ୍ ଚଳାଉଥିଲେ। ପଶ୍ଚିମବଙ୍ଗରୁ ଗିରଫ କୈଳାସ ପରିଡ଼ା ସହ ମଧ୍ୟ ଏମାନଙ୍କର ଘନିଷ୍ଠତା ରହିଥିଲା। ପିଣ୍ଟା ନାମରେ ଖୋର୍ଦ୍ଧା ଓ ସହିଦନଗର ଥାନାରେ ଗୁଳିକାଣ୍ଡ, ବ୍ରାଉନସୁଗାର ବେପାର, ଚୋରି ଭଳି ୪ଟି ମାମଲା ରହିଛି।
ଏସ୍ଟିଏଫ୍ ସହ ୮ ମାସ କାଳ ଲୁଚକାଳି ଖେଳିବା ପରେ ଧରା ପଡ଼ିଥିବା ପିଣ୍ଟା ରିମାଣ୍ଡରେ ଆସିବ
/sambad/media/post_attachments/wp-content/uploads/2019/12/arrest-ff.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)