ଚନ୍ଦ୍ରଶେଖରପୁର: ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ଆସନ୍ତାକାଲି ଦିଲ୍ଲୀ ନିଆଯିବ। ସେଠାରେ ଆଇଏଲ୍ବିଏସ୍ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିବ। ଏବେ ସେ କିମ୍ସରେ ଚିକିତ୍ସାଧୀନ ଅଛନ୍ତି। ସେଠାରେ ତାଙ୍କର ଯକୃତ ପ୍ରତିରୋପଣ କରାଯିବ ବୋଲି ଜଣାପଡ଼ିଛି। ତାଙ୍କର ଜଣେ ବନ୍ଧୁ ନିଜର ଲିଭର ଦାନ କରିବାକୁ ଯୋଜନା କରାଯାଇଛି।
ଯକୃତ ପ୍ରତିରୋପଣ ପରେ ତାଙ୍କୁ ପ୍ରାୟ ୩ ମାସ ପର୍ଯ୍ୟନ୍ତ ଚିକିତ୍ସାଧୀନ ରଖାଯିବ। ଇତିମଧ୍ୟରେ ପିଣ୍ଟୁଙ୍କ ପାଇଁ ଅନେକ ଦିଗରୁ ଅର୍ଥ ସହାୟତା ମିଳିବାରେ ଲାଗିଛି। ସେହିଭଳି କିମସ୍ ପକ୍ଷରୁ ସବୁ ସୁବିଧା ପ୍ରଦାନ କରାଯିବା ସହିତ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତାଙ୍କୁ ଦୁଇ ଲକ୍ଷ ଟଙ୍କା ସହାୟତା ଦେଇଛନ୍ତି ଏବଂ ତାଙ୍କ ପିଲାଙ୍କ ପାଠପଢ଼ା ଦାୟିତ୍ବ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଆର୍ଥିକ ସହଯୋଗ ମିଳୁଥିବାରୁ ପିଣ୍ଟୁ ସେମାନଙ୍କୁ କୃତଜ୍ଞତା ଜଣାଇବା ସହ ସେମାନଙ୍କ ମଙ୍ଗଳ ପାଇଁ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/51-3.jpg)