ଭୁବନେଶ୍ୱର ସହରରେ ଶୁଦ୍ଧ ପାନୀୟ ଜଳ ଯୋଗାଇବ ପିରାମଲ୍ ସର୍ବଜଳ

ଭୁବନେଶ୍ୱର: ପିରାମଲ ଫାଉଣ୍ଡେସନ ଅଧୀନର ଏକ ଅଭିଯାନ ପିରାମଲ ସର୍ବଜଳ ପକ୍ଷରୁ ଭୁବନେଶ୍ୱରର ପ୍ରମୁଖ ସ୍ଥାନଗୁଡ଼ିକରେ ୪୦ଟି ଜଳ ଏଟିଏମ ମୂତୟନ କରାଯାଇଛି ଯାହା ଜରିଅ ।ରେ ଏକ ସ୍ୱତନ୍ତ୍ର “ହବ ଅ ।ଣ୍ଡ ସ୍ପୋକ’ ମଡେଲରେ ସୁଲଭ ସୁରକ୍ଷିତ ପାନୀୟ ଜଳ ଲୋକଙ୍କ ପାଖରେ ପହଂଚିପାରିଛି । ସାରା ଭୁବନେଶ୍ୱରରେ ଲଗାଯାଇଥିବା ପିରାମଲ ସର୍ବଜଳ ଏଟିଏମରୁ ଅ ।ରଏଫଅ ।ଇଡି କାର୍ଡ ବ୍ୟବହାର କରି ପ୍ରତି ଗ୍ରାହକ ମାଗଣାରେ ଦିନକୁ ୧୦ ଲିଟର ସୁରକ୍ଷିତ ପାନୀୟ ଜଳ ପାଇପାରିବେ । ୨୦୧୬ରେ ସ୍ଥାପନ ହେବା ପରଠାରୁ ପିରାମଳ ସର୍ବଜଳ ସାରା ସହରରେ ୨୯ ଲକ୍ଷ ଲିଟର ସୁରକ୍ଷିତ ପାନୀୟ ଜଳ ପ୍ରଦାନ କରିଛି ।

୨୦୧୪ରେ ଏକ ପାଣି ଯୋଗାଣ ପାଇପ ଭାଙ୍ଗିଯିବାରୁ ଭୁବନେଶ୍ୱରରେ ଜଣ୍ଡିସ ଓ ଡେଙ୍ଗୁ ବ୍ୟାପୀ ଥିଲା । ଏହାର କିଛି ଦିନ ପରେ ଭୁବନେଶ୍ୱର ମୁନିସିପାଲ କର୍ପୋରେସନ ପକ୍ଷରୁ ସୁରକ୍ଷିତ ପାନୀୟ ଜଳ ବ୍ୟବସ୍ଥା ସ୍ଥାପନ କରିବାକୁ ଟେଣ୍ଡର ଅ।ହ୍ୱାନ କରାଯାଇଥିଲା ଯାହା ପିରାମଲ ସର୍ବଜଳକୁ ମିଳିଥିଲା । ଏଭଳି ମାରାତ୍ମକ ରୋଗ ପୁଣି ଥରେ ସୃଷ୍ଟି ହେବାରୁ ଅଟକାଇବା ଏବଂ ଅବହେଳିତ ବର୍ଗଙ୍କ ପାଖରେ ସୁରକ୍ଷିତ ପାନୀୟ ଜଳ ପହଂ•ଇବା ପାଇଁ ପିରାମଲ ସର୍ବଜଳ ତରଫରୁ ଅଭିନବ ହବ ଅ।ଣ୍ଡ ସ୍ପୋକ ମଡେଲରେ ଏହି ପାଣି ଏଟିଏମ ଗୁଡ଼ିକୁ ସ୍ଥାପନ କରାଯାଇଛି ଯେଉଁଥିରେ ରହିଛି ଏକ ବିଶୋଧନ ପ୍ଲାଂଟ (ହବ) ଏବଂ ୧୦ ଲିଟର ଏଟିଏମ (ସ୍ପୋକ) । ଏକ “ନନ-ଟଚ’ ଟ୍ରାନ୍ସଫର ବ୍ୟବସ୍ଥାରେ ଏକ ସ୍ୱତନ୍ତ୍ର ଟ୍ୟାକଂର ଯାନ ପାଣି ବଂଟନ କରୁଛି, ଫଳରେ ବିଶୁଦ୍ଧତା ବଜାୟ ରହିପାରୁଛି । ପିରାମଳ ସର୍ବଜଳ ପକ୍ଷରୁ ସାରା ଭୁବନେଶ୍ୱରେ ୪ଟି ବିଶୋଧନ ପ୍ଲାଂଟ ଏବଂ ୪୦ ପାଣି ଏଟିଏମ ସ୍ଥାପନ କରାଯାଇଛି ।

ସମ୍ବନ୍ଧିତ ଖବର