ଭୁବନେଶ୍ୱର: ଚେନ୍ନାଇରୁ ବାଗ୍ଦୋଗରା ଅଭିମୁଖେ ଯାଉଥିବା ସ୍ପାଇସ୍ ଜେଟ୍ ବିମାନ ୬୨୩ ଆଜି ମଧ୍ୟାହ୍ନ ୧୨ଟା ୨୬ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲା। ୧୮୯ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବିମାନର ଯାତ୍ରୀ ଏନ୍. ଦାଶ (ବୟସ ୬୪) ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ବିମାନର ପାଇଲଟ୍ଙ୍କଠାରୁ ଖବର ପାଇ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ପକ୍ଷରୁ ବିମାନବନ୍ଦରରେ ସମସ୍ତ ବ୍ୟବସ୍ଥା ହୋଇଥିଲା। ବିମାନ ଅବତରଣ କରିବା ପରେ ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା। ବିମାନବନ୍ଦରରେ ଉପସ୍ଥିତ ଥିବା ଡାକ୍ତର ରୋଗୀଙ୍କ ଚିକିତ୍ସା କରିବା ପରେ ସୁସ୍ଥ ଥିବା ଘୋଷଣା କରିଥିଲେ। ଏହାପରେ ବିମାନଟି ସମ୍ପୃକ୍ତ ଯାତ୍ରୀଙ୍କୁ ନେଇ ଅପରାହ୍ଣ ୧ଟା ୫୬ରେ ପୁଣିଥରେ ଉଡ଼ାଣ କରିଥିଲା। ଏୟାର ଟ୍ରାଫିକ୍ କଣ୍ଟ୍ରୋଲରୁ ଖବର ମିଳିବା କ୍ଷଣି ଯାତ୍ରୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ଏକ ଆମ୍ବୁଲାନ୍ସ ବିମାନବନ୍ଦରରେ ପହଞ୍ଚିଥିଲା।
ବିମାନଯାତ୍ରାବେଳେ ଯାତ୍ରୀ ଅସୁସ୍ଥ, ସ୍ପାଇସ୍ ଜେଟ୍ର ଜରୁରି ଅବତରଣ
/sambad/media/post_attachments/wp-content/uploads/2017/11/630214-spicejet744.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)